ପୁରୀ-ଶାଲିମାର ମଧ୍ୟରେ ଚାଲିବ ୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପୁରୀ ଓ ଶାଲିମାର ମଧ୍ୟରେ ଚାଲିବ ୪ ଟି ଯୋଡ଼ା ଟ୍ରେନ। ୩ ଟି ଟ୍ରେନ ସପ୍ତାହକୁ ଥରେ ଓ ଗୋଟିଏ ଗରିବ ରଥ ଟ୍ରେନ ସପ୍ତାହ ରେ ଦୁଇ ଥର ଚାଲିବ। ଅଗଷ୍ଟ ୧୧ ତାରିଖରୁ ପୁରୀରୁ ଚାଲିବ ଦ୍ୱି-ସାପ୍ତାହିକ ଗରିବ ରଥ ଟ୍ରେନ। ପ୍ରତ୍ୟେକ ସୋମବାର ଓ ବୁଧବାର ପୁରୀରୁ ଛାଡ଼ିବ ଗରିବ ରଥ। ପୁରୀ-ଶାଲିମାର ସାପ୍ତାହିକ ଟ୍ରେନ ଅଗଷ୍ଟ ୧୫ରୁ ପ୍ରତି ରବିବାର ପୁରୀରୁ ଛାଡ଼ିବ, ଅଗଷ୍ଟ ୧୨ରୁ ଆଉ ଏକ ସାପ୍ତାହିକ ଟ୍ରେନ ପ୍ରତି ଗୁରୁବାର ପୁରୀରୁ ଛାଡ଼ିବ। ଅଗଷ୍ଟ ୧୦ରୁ ଅନ୍ୟ ଏକ ସ୍ୱତନ୍ତ୍ର ଟ୍ରେନ ପ୍ରତି ମଙ୍ଗଳବାର ପୁରୀରୁ ଛାଡ଼ିବ। ସମସ୍ତ ଟ୍ରେନ ସ୍ଥିରୀକୃତ ବାରରେ ପୁରୀରୁ ରାତି ୧୦:୦୫ ରେ ଛାଡ଼ିବ।

powered by social2s