ଭୁବନେଶ୍ୱର: ଏ ବର୍ଷ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ୧୯ ଜଣ ମନ୍ତ୍ରୀ। ବରଗଡ଼ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେହିପରି କନ୍ଧମାଳ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ବିକ୍ରମ କେଶରୀ ଅରୁଖ। ଗଞ୍ଜାମ-ପ୍ରଫୁଲ୍ଲ ମଲ୍ଲିକ, ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ-ପଦ୍ମନାଭ ବେହେରା, ମୟୁରଭଞ୍ଜ-ପ୍ରତାପ ଜେନା, ସୁନ୍ଦରଗଡ଼-ଅରୁଣ ସାହୁ, ବଲାଙ୍ଗୀର-ସୁଶାନ୍ତ ସିଂହ, କଳାହାଣ୍ଡି-ନବ କିଶୋର ଦାସ, କୋରାପୁଟ-ଟୁକୁନି ସାହୁ, ଗଜପତି-ଜଗନ୍ନାଥ ସାରକା, ନୂଆପଡ଼ା-ଦିବ୍ୟଶଙ୍କର ମିଶ୍ର, ସମ୍ବଲପୁର-ଅଶୋକ ଚନ୍ଦ୍ର ପଣ୍ଡା, ବାଲେଶ୍ବର-ସମୀର ରଞ୍ଜନ ଦାସ, ଅନୁଗୁଳ-ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସୋନପୁର-ପ୍ରେମାନନ୍ଦ ନାୟକ, କେନ୍ଦୁଝର-ରଘୁନନ୍ଦନ ଦାସ, ମାଲକାନଗିରି-ପଦ୍ମିନୀ ଦିଆନ ଓ ନବରଙ୍ଗପୁର-ତୁଷାରକାନ୍ତି ବେହେରା। ବ୍ରହ୍ମପୁର ଓ ରାଉରକେଲା ରେ ପତାକା ଉତ୍ତୋଳନ କରିବେ ରାଜସ୍ବ ଉନ୍ନୟନ କମିଶନର। ଅନ୍ୟ ୧୧ ଟି ଜିଲ୍ଲାରେ ଜିଲ୍ଲାପାଳ କରିବେ ପତାକା ଉତ୍ତୋଳନ।
powered by social2s

