ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ। ଏହା ଧୀରେ ଧୀରେ ଲଘୁଚାପର ରୂପ ନେବ। ପ୍ରଭାବରେ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଗଷ୍ଟ ମାସରେ ଏପର୍ଯ୍ୟନ୍ତ କୌଣସି ଲଘୁଚାପ ହୋଇନାହିଁ। ତେବେ ଏହି ଲଘୁଚାପ ଜନିତ ବର୍ଷା ହେଲେ ବହୁ ମାତ୍ରାରେ ନିଅଣ୍ଟିଆ ବର୍ଷାକୁ ଭରଣା କରିପାରିବ। ଆସନ୍ତା ଦୁଇ ଦିନ ରାଜ୍ୟରେ ସ୍ୱଳ୍ପ ରୁ ମଧ୍ୟମ ବର୍ଷା ହୋଇପାରେ। ତେବେ ଅଗଷ୍ଟ ୧୫ ପରେ ବଢ଼ିବ ବର୍ଷାର ପରିମାଣ। ଅଗଷ୍ଟ ୧୬ ରୁ ୧୮ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ। ଅଗଷ୍ଟ ୧୮ ରୁ ୨୦ ଉତ୍ତର ଓ ପଶ୍ଚିମ ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।
powered by social2s

