ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଓଡ଼ିଶାରେ ଫସଲ ହାନି ଆଶଙ୍କା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ନିଅଣ୍ଟିଆ ବର୍ଷା ଯୋଗୁଁ ଓଡ଼ିଶାରେ ଫସଲ ହାନି ହେବାର ଭୟ ରହିଛି। ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୯ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ୨୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।ଯାଜପୁର ଜିଲ୍ଲାରେ ସ୍ୱଭାବିକଠାରୁ ୫୪ ପ୍ରତିଶତ କମ ବର୍ଷା ହୋଇଥିବା ଜଣାପଡିଛି। ସେହିଭଳି ଭଦ୍ରକ ଜିଲ୍ଲାରେ ୫୨ ପ୍ରତିଶତ,ବଲାଙ୍ଗୀର ରେ ୪୨ ପ୍ରତିଶତ, କେନ୍ଦୁଝରରେ ୪୨ ପ୍ରତିଶତ କମ ବର୍ଷା ହୋଇଥିବା ଜଣାପଡିଛି। ଅନୁଗୁଳରେ ୪୦ ପ୍ରତିଶତ କମ ବର୍ଷା ଯୋଗୁଁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ୧୭ ଟି ଜିଲ୍ଲାରେ ସ୍ଥିତି ସଙ୍ଗୀନ ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା ବରଗଡ଼,ଭଦ୍ରକ, ବଲାଙ୍ଗୀର, ଦେବଗଡ଼,ଢେ଼ଙ୍କାନାଳ,ଜଗତସିଂହପୁର, ଝାରସୁଗୁଡା, ଯାଜପୁର,କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ମୟୁରଭଞ୍ଜ, ପୁରୀ, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼। ୨୫ ରୁ ୫୦ ପ୍ରତିଶତ ମଧ୍ୟରେ ଅଭାବୀ ବର୍ଷା ହେଲେ ତାହାକୁ ମଧ୍ୟମ ଧରଣର ମରୁଡ଼ି କୁହାଯାଏ। ୫୦ ରୁ ୭୫ ପ୍ରତିଶତ ନିଅଣ୍ଟିଆ ବର୍ଷା ହେଲେ ମରୁଡ଼ି କୁହାଯାଏ ଏବଂ ୭୫ ରୁ ଅଧିକ ପ୍ରତିଶତ ନିଅଣ୍ଟିଆ ବର୍ଷା ହେଲେ ଭୟଙ୍କର ମରୁଡ଼ି ଦେଖାଯାଉଥାଏ।

powered by social2s