ଭୁବନେଶ୍ୱର: ଓଡ଼ିଶାରେ ସମ୍ଭାବ୍ୟ ମରୁଡ଼ି ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ବୈଠକ ପରେ କୃଷୀ ସଚିବ ସୁରେଶ ବଶିଷ୍ଠଙ୍କ କହିଲେ ଯେ ୧୫ ଜିଲ୍ଲା ର ୩୦ ବ୍ଲକ୍ ରେ ସ୍ବାଭାବିକ ଠରୁ କମ୍ ବର୍ଷା ହୋଇଛି, ଏବେ ଆଦ୍ରତା କମ୍ ରହିଛି , କିନ୍ତୁ ଏହା ମରୁଡି ସ୍ଥିତି ନୁହେଁ । ନିଅଣ୍ଟିଆ ବର୍ଷା ସ୍ଥିତିର ମୁକାବିଲା ପାଇଁ ବୈଠକରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଜଳସେଚନ ପ୍ରକଳ୍ପର ଉପଭୋଗ କରାଯିବା ନେଇ ଆଲୋଚନା ହୋଇଛି। ଉଠାଜଳସେଚନ ପ୍ରକଳ୍ପର ପୁନଃ କାର୍ଯ୍ୟକ୍ଷମ ପାଇଁ ଆଲୋଚନା କରାଯାଇଛି। ପାଣି ପଂଚାୟତ ସ୍ତରରେ ଏ ନେଇ ଉଦ୍ୟମ କରିବାକୁ ପ୍ରସ୍ତୁତି ହୋଇଛି। କୃଷି ଶ୍ରମିମାନଙ୍କୁ ମନରେଗା ଭଳି ଯୋଜନା ରେ କାମ ଯୋଗାଯିବ।।
powered by social2s

