ଭୁବନେଶ୍ୱର: ପ୍ରକାଶ ପାଇଲା +୨ ଅଫଳାଇନ ପରୀକ୍ଷା ଫଳ ।orissaresults.nic.in ରେ ପରୀକ୍ଷା ଫଳ ଉପଲବ୍ଧ। ମୋଟ ୮୪୬୦ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ପାସ ହାର ୬୮.୬୬% । ପରୀକ୍ଷା ଦେଇଥିଲେ ୧୨ ହଜାର ୩୨୧ ଜଣ ପରୀକ୍ଷାର୍ଥୀ। ଛାତ୍ରଙ୍କ ପାସ ହାର ୬୧.୭୧ ପ୍ରତିଶତ ଓ ଛାତ୍ରୀ ପାସ ହାର ୬୭.୭୬ ପ୍ରତିଶତ ରହିଛି। କଳାରେ ୬୩୧୦,ବାଣିଜ୍ୟରେ ୪୨୨ ଓ ବିଜ୍ଞାନରେ ୧୫୦୧ ପରୀକ୍ଷାର୍ଥୀ ପାସ କରିଛନ୍ତି।
powered by social2s

