ବେଗୁନିଆପଡା (ଦେବାଶିଷ ମହାରଣା):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରୀ ବାଲିବଣ ଠାରେ ଶ୍ରୀ ଗୋପାଳ କୃଷ୍ଣ ପୁରୀ ବନାଶ୍ରମ ପରିସରରେ ଶ୍ରୀ ଶନିଶ୍ଚର ମହାଗ୍ରହ ଙ୍କ ମନ୍ଦିର ରେ ରତ୍ନମୁଦ କାର୍ଯ୍ୟକ୍ରମ ବହୁ ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି | ଗତ କାଲି ମହାଗ୍ରହ ଙ୍କ କଳସ ଯାତ୍ରା ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ସରିଥିଲା ବେଳେ ଆଜି ଦିନ ତମାମ ନାମ ଯଜ୍ଞ ସହ ଜ୍ଞାନୀ ପଣ୍ଡିତ, ଆଚାର୍ଯ୍ୟ ଓ ବହୁ ବରିଷ୍ଠ ପୁରୋହିତ ଙ୍କ ମନ୍ତ୍ର ଧ୍ୱନୀ ସହ ସନ୍ଧ୍ୟା ସମୟରେ ରତ୍ନମୁଦ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ କର୍ତ୍ତା ଭାବେ ସୁରେନ୍ଦ୍ର ପରିଡା ଓ କସ୍ତୁରୀ ପରିଡା ଯଥାରୀତି ପୂଜାବିଧି ସମ୍ପନ କରିଥିଲେ | ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ଉପସ୍ଥିତି ରେ ରତ୍ନମୁଦ ଭଣ୍ଡାରକୁ ସମ୍ପୂର୍ଣ କରି ଶନିଶ୍ଚର ମହାଗ୍ରହ ଙ୍କ ଆଶୀର୍ବାଦ ଲାଭ କରିଥିଲେ | କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଥିବା ବେଳେ ହର ପ୍ରସାଦ ସାହୁ, ବିଜୟ କୁମାର ସାହୁ, ବିଜୟ ଦୋରା,ଶରତ ଚନ୍ଦ୍ର ପାଣ୍ଡୀ, ପ୍ରଫୁଲ୍ଲ ତିଆଡ଼ି, ପ୍ରକାଶ ତିଆଡ଼ି,ତାପସ ନାୟକ, କୃଷ୍ଣ ଭୋଳ, ଅନ୍ତର୍ଯ୍ୟାମୀ ନାହାକ, ରୋହିତ ପ୍ରଧାନ, ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ବରିଷ୍ଠ ଆଚାର୍ଯ୍ୟ ଜଗନ୍ନାଥ ଶତପଥୀଙ୍କ ପୌରୋହିତରେ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
ନିଡ଼ାମ୍ବର ସହ ପୂର୍ବକ ଅନୁଷ୍ଠିତ ହେଲା ଶନିଶ୍ଚର ମନ୍ଦିର ରତ୍ନମୁଦ କାର୍ଯ୍ୟକ୍ରମ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s