ନନ୍ଦନକାନନରେ ବାଘୁଣୀ ବିଜୟାର ମୃତ୍ୟୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ବିଜୟାର ମୃତ୍ୟୁ ହୋଇଛି। ଗତ ୯ ତାରିଖରୁ ଅସୁସ୍ଥ ହୋଇ ନନ୍ଦନକାନନରେ ଚିକିତ୍ସାଧୀନ ଥିଲା ବିଜୟା। ଓୟୁଏଟି ର ୪ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲେ। ଅକ୍ଟୋବର ୧୪ ରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ୱତନ୍ତ୍ର ଏଂକ୍ଲୋଜର ଭିତରେ ରଖି ତାର ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା ଚାଲିଥିଲା । ତା'ର ବୟସ ପ୍ରାୟ ୧୨ ବର୍ଷ ହୋଇଥିଲା । ଶେଷ ଥର ୩ଟି ଶବକ ଜନ୍ମ କରିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲା।

powered by social2s