ଭଦ୍ରକ: ସୂର୍ଯ୍ୟପରାଗ ପରେ ଆଜି ସକାଳୁ ଖୋଲିଛି ଆରଡି ଆଖଣ୍ଡଳମଣିଙ୍କ ମନ୍ଦିର। ଭଦ୍ରକ ଜିଲ୍ଲାରେ ଥିବା ଆରଡି ଆଖଣ୍ଡଳମଣିଙ୍କ ମନ୍ଦିରରେ ଚାଲିଛି ସମସ୍ତ ନୀତି କ୍ରାନ୍ତି ଓ ସର୍ବସାଧାରଣ ଦର୍ଶନ। ଗତକାଲି ମଙ୍ଗଳବାର ଦିନ ଖଣ୍ଡଗ୍ରାସ ଆଂଶିକ ସୂର୍ଯ୍ୟପରାଗ ଯୋଗୁଁ ଦେବ ନୀତି ନିଷେଧ ରହିଥିଲା। ଜ୍ୟୋତିର୍ବିଦଙ୍କ ମତରେ, ସୂର୍ଯ୍ୟପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ଗତକାଲି ଭୋର୍ ୪ଟା ୫୬ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ କରାଯାଇଥିଲା । ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକଣ୍ଡରେ ଗ୍ରହଣ ସ୍ପର୍ଶ କରି ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ସର୍ବମୋକ୍ଷ ହୋଇଥିଲେ ମଧ୍ଯ ବୁଧବାର ଆଜି ସୂର୍ଯ୍ୟୋଦୟ ପରେ ପ୍ରାତଃ ସ୍ନାନ କରିବା ପରେ ଦେବ ନୀତି ଓ ଅନ୍ନଭୋଜନ କରଣୀୟ।
powered by social2s

