ଭୁବନେଶ୍ୱର : ନଭେମ୍ବର ୮ତାରିଖ ମଙ୍ଗଳବାର ଦିନ କାର୍ତ୍ତିକ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ରଗ୍ରହଣ । ଚନ୍ଦ୍ର ଉଦୟ ପୂର୍ବରୁ ଗ୍ରହଣ ଲାଗୁ ଥିବାରୁ ଏହା ଗ୍ରସ୍ତଦୋୟ ଚନ୍ଦ୍ରଗ୍ରହଣ। ନଭେମ୍ବର ୮ ଅପରାହ୍ଣ ୨ଟା ୩୯ ମିନିଟ୍ ୧୪ ସେକେଣ୍ଡ୍ ସମୟରେ ଗ୍ରହଣ ସ୍ପର୍ଶ କରିବ , ୪ଟା ୨୯ ମିନିଟ୍ ୧୨ସେକେଣ୍ଡରେ ଗ୍ରହଣ ମଧ୍ୟ ଓ ସଂଧ୍ୟା ୬ଟା ୧୯ ମିନିଟ୍ ୫ ସେକେଣ୍ଡ୍ରେ ସର୍ବମୋକ୍ଷ । ଓଡ଼ିଶାରରେ ଏହି ଗ୍ରହଣ ୫ଟା ୬ ମିନିଟ୍ ୨୯ ସେକେଣ୍ଡରେ ଦୃଶ୍ୟମାନ ହେବ । ଜ୍ୟୋତିର୍ବିଦଙ୍କ ମତରେ, ଆସନ୍ତା ନଭେମ୍ବର ୮ତାରିଖ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବ। ଗ୍ରହଣ ଲାଗିବାର ୯ଘଣ୍ଟା ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ଭୋର ୫ଟା ୩୯ ମିନିଟରୁ ପାକତ୍ୟାଗ , ଦେବନୀତି , ଅନ୍ନଭୋଜନ ନିଷେଧ। କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ଭୋର ୫ଟା ୩୯ ମିନିଟ୍ ପୂର୍ବରୁ ଦେବନୀତି , ଡଙ୍ଗାଭସା , ଅନ୍ନଭୋଜନ ଆଦି ସରିବା ବିଧେୟ । ସେହିଦିନ ସଂଧ୍ୟା ୬ଟା ୧୯ ମିନିଟ୍ ସର୍ବମୋକ୍ଷ ପରେ ସ୍ନାନ , ଦେବନୀତି , ପାକକର୍ମ ଆଦି କରଣୀୟ । ମିଥୁନ , କର୍କଟ , ସିଂହ , ତୁଳା , ବିଛା , ଧନୁ , କୁମ୍ଭ , ମୀନ ରାଶିର ଲୋକଙ୍କ ପାଇଁ ଚନ୍ଦ୍ର ଦର୍ଶନ ଶୁଭଙ୍କର ।
କାର୍ତ୍ତିକ ପୂର୍ଣ୍ଣମୀ ଦିନ ଚନ୍ଦ୍ରଗ୍ରହଣ, ଭୋର ସାଢ଼େ ୫ ପୂର୍ବରୁ ଡଙ୍ଗାଭସା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

