ସମ୍ବଲପୁର: ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ ଉତ୍ତେଜନା ଦେଖାଦେଇଛି। ଆନ୍ଦୋଳନରତ ଓକିଲ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। କଚେରି ଛକରେ ଆନ୍ଦୋଳନ କରୁଥିବା ଓକିଲଙ୍କ ଟେଣ୍ଟ ଉପାଡ଼ି ପୋଲିସ୍ ଫିଙ୍ଗି ଦେଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ୍ର ଏହି ଆକ୍ସନ ମୋଡ୍ ଦେଖିବାକୁ ମିଳିଛି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ ଆନ୍ଦୋଳନ କରୁଥିବା ବେଳେ ଏହି ଉତ୍ତେଜନା ଦେଖାଦେଇଥିଲା।
powered by social2s

