ପଦ୍ମପୁର: ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ। ବିଭିନ୍ନ ଅଞ୍ଚଳରେ ପ୍ରାର୍ଥୀ କରୁଛନ୍ତି ଜୋରଦାର ପ୍ରଚାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ସାଧାରଣ ସଭା ଓ ରୋଡ୍ ଶୋ। ବିଜେଡି ଓ କଂଗ୍ରେସ ମଧ୍ୟ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନିଂ କରିବେ। ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଚାରର ମଙ୍ଗ ଧରିଥିଲେ । ବିଜେପି ପକ୍ଷରୁ ପ୍ରଚାର କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଡିସେମ୍ବର ୫ ରେ ହେବ ମତଦାନ। ସକାଳ ୭ଟା ରୁ ଅପରାହ୍ନ ୪ଟା ଯାଏଁ ଚାଲିବ ମତଦାନ। ପଦ୍ମପୁରରେ ମୋଟ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ଅଛନ୍ତି।
powered by social2s

