ଭୁବନେଶ୍ୱର: IPS ସ୍ତରରେ ବଡ଼ ଅଦଳବଦଳ କଲେ ରାଜ୍ୟ ସରକାର । ପଦୋନ୍ନତି ପରେ ଅଖିଳେଶ୍ୱର ସିଂହ ହେଲେ SAP DIG । ଅଖିଳେଶ୍ୱର ସିଂହଙ୍କ ବ୍ୟତୀତ ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ରେଂଜ DIG ଓ ଚରଣ ସିଂ ମିନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ DIG ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ SP, ରାହୁଲ ପି.ଆର୍ଙ୍କୁ ଜଗତସିଂହପୁର SP, ଜଗମୋହନ ମିନାଙ୍କୁ ଗଂଜାମ SP, ଏଲ୍. ଦିବ୍ୟାଙ୍କୁ ଭିଜିଲାନ୍ସ SP, ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼ SP, ବିନିତ ଅଗ୍ରୱାଲଙ୍କୁ ଯାଜପୁର SP, ବରୁଣ ଗୁଣ୍ଟୁପାଲିଙ୍କୁ ଭଦ୍ରକ SP, ସାଗରିକା ନାଥଙ୍କୁ ବାଲେଶ୍ୱର SP, ଗୁଣ୍ଡଲା ରେଡ୍ଡୀଙ୍କୁ ନୂଆପଡ଼ା SP, ଶୁଭେନ୍ଦୁ ପାତ୍ରଙ୍କୁ କନ୍ଧମାଳ SP, ଅଭିନବ ସୋନକାରଙ୍କୁ କୋରାପୁଟ SP, ଜ୍ଞାନରଂଜନ ମହାପାତ୍ରଙ୍କୁ ଢେଙ୍କାନାଳ SP ଭାବେ ମୋଟ୍ ୧୧ ଜିଲ୍ଲାର SP ପଦବୀରେ ଅଦଳବଦଳ କରାଯାଇଛି ।
powered by social2s

