ପୁରୀ: ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଥିବା ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ପୋଲିସ। ସିଟି ଡିଏସପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ାଉ ବେଳେ କୋଲକାତାରୁ ଅନିମେଶଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନରେ ଡ୍ରୋନ ଉଡ଼ାଇବା ଘଟଣାରେ ଭିଡ଼ିଓ ମାଧ୍ୟମରେ ଓଡ଼ିଶା ବାସୀ, ଓଡ଼ିଶା ପୋଲିସ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ବ୍ଲଗର ଅନିମେଶ। ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ ବୋଲି ସେ ଜାଣି ନ ଥିଲେ। ୟୁଟ୍ୟୁବ ସମେତ ଅନେକ ସୋସିଆଲ ମିଡ଼ିଆରେ ପୁର୍ବରୁ ଶ୍ରୀମନ୍ଦିରର ଡ୍ରୋନ ଭିଡ଼ିଓ ଥିବାରୁ ଏନେଇ କୌଣସି ଆଇନଗତ ପ୍ରସଙ୍ଗ ନଥିବା ଭାବି ଡ୍ରୋନ ଉଡ଼ାଇଥିବା ସେ କହିଥିଲେ।
powered by social2s

