ଭୁବନେଶ୍ୱର: ରାଜ୍ୟ ଓଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅଧୀନରେ କାର୍ଯ୍ୟରତ ଥିବା ୧୬୯ଜଣ ଓଏଏସ ଅଫିସରଙ୍କ କରିବା ସହ ୭୯ଟି ତହସିଲରେ ନୂଆ ତହସିଲଦାରଙ୍କୁ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୩ଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି କରାଯାଇ ୧୬୯ଜଣ ଜୁନିୟର ଓ ସିନିୟର ବ୍ରାଂଚ ଓଏଏସ୍ ଅଫିସର ଏବଂ ଓଆରଏସ୍ ଅଫିସରଙ୍କୁ ବଦଳି କରାଯାଇଛି । ଗୋଟିଏ ବିଜ୍ଞପ୍ତିରେ ୫୬ଜଣ ଓଏଏସ୍ ସିନିୟର ଓ ଜୁନିୟର ବ୍ରାଂଚ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବରେ ବଦଳି ହୋଇଛି। ଅନ୍ୟ ଗୋଟିଏ ବିଜ୍ଞପ୍ତିରେ ମୋଟ ୬୧ଜଣ ଓଏଏସ୍ ସିନିୟର ଓ ଜୁନିୟର ବ୍ରାଂଚ ଅଫିସରଙ୍କୁ ବଦଳି କରାଯାଇ ୬୦ଜଣଙ୍କୁ ବିଭିନ୍ନ ତହସିଲରେ ତହସିଲଦାର ଓ ଜଣେ ଅଫିସରଙ୍କୁ ଡେପୁଟି କଲେକ୍ଟର ଭାବେ ନିୟୋଜିତ କରାଯାଇଛି। ଅନ୍ୟ ଏକ ବିଜ୍ଞପ୍ତିରେ ୫୨ଜଣ ଓଏଏସ୍ ଜୁନିୟର ବ୍ରାଂଚ ଓ ଓଆରଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯିବା ସହ ୧୯ଜଣଙ୍କୁ ବିଭିନ୍ନ ତହସିଲରେ ତହସିଲଦାର ଭାବେ ନିଯୁକ୍ତି ମିଳିଛି । ଏହିପରି ୧୬୯ଜଣ ଓଏଏସ୍ ଓ ଓଆରଏସ୍ ଅଫିସରଙ୍କ ବଦଳି କରାଯାଇ ୭୯ ଜଣଙ୍କୁ ତହସିଲଦାର ଓ ୫୮ ଜଣଙ୍କୁ ଡେପୁଟି କଲେକ୍ଟର ଭାବେ ବିଭିନ୍ନ ସ୍ଥାନରେ ନିଯୁକ୍ତି ମିଳିଛି । ଅଫିସର୍ ମାନଙ୍କୁ ତୁରନ୍ତ ରିଲିଭ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ।
ଓଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

