ଟ୍ରେନ୍‌ ଧକ୍କାରେ ପୂର୍ବତନ ବଲାଙ୍ଗିର ସାଂସଦଙ୍କ ପୁଅ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରେ ଟ୍ରେନ୍‌ ଧକ୍କାରେ ପୂର୍ବତନ ବଲାଙ୍ଗିର ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ ମୃତ। ଆଜି ଭୋରରୁ ସାଂସଦଙ୍କ ପୁଅ ଅବିନାଶ ଘରୁ ମର୍ଣ୍ଣିଂ ୱାକ୍ ରେ ବାହାରିଥିଲେ। ଡୁଙ୍ଗୁରିପାଲି ରାମପୁର ରାସ୍ତାର ଡୁଙ୍ଗୁରିପାଲି ରେଲୱେ କ୍ରସିଂ ଫାଟକ ଟ୍ରେନ ଆସିବା ପାଇଁ ବନ୍ଦ ଥିଲା ବେଳେ ଅବିନାଶ ଫାଟକ ଦେଇ ଏପାଖପରୁ ସେପାଖକୁ ଯାଉଥିବା ବେଳେ ବରପାଲି ପଟରୁ ଆସୁଥିବା ପୁରୀ ଦୁର୍ଗ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା I ଦୁର୍ଘଟଣାରେ ସେ ଟ୍ରାକ୍ ବାହାରକୁ ଛିଟିକି ପଡ଼ିବା ସହ ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଆରପି ଘଟଣାର ତଦନ୍ତ କରୁଛି।

powered by social2s