ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୁକ୍ତ ପୋଲିସ୍ ଅଧିକାରୀ ଏଏସ୍ଆଇ ଗୋପାଳ ଦାସଙ୍କୁ ଚାକିରିରୁ ବରଖାସ୍ତ କଲେ ଝାରସୁଗୁଡ଼ା ଏସ୍ପି। ବହିଷ୍କୃତ ଗୋପାଳ ଦାସଙ୍କ ପିସ୍ତଲ ବାଲିଷ୍ଟିକ୍ ପରୀକ୍ଷା ପାଇଁ ଲ୍ୟାବକୁ ପଠାଇବ କ୍ରାଇମବ୍ରାଞ୍ଚ। ମାମଲାର ତଦନ୍ତ ପାଇଁ ଗଠିତ ହେଲା ୨ଟି ଟିମ୍ । ଘଟଣାସ୍ଥଳରୁ ଗୋଟିଏ ଖୋକା ସହ ଗୋପାଳଙ୍କ 9MM ପିସ୍ତଲ ଓ ୩ଟି ଜୀବନ୍ତ ଗୁଳି ଜବତ କରାଯାଇଥିଲା ବେଳେ ଅଧିକ ଟେଷ୍ଟ ପାଇଁ ନବ ଦାସଙ୍କ ଭିସେରା ନମୂନା ସଂରକ୍ଷିତ ରଖାଯାଇଛି।
powered by social2s

