ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତ ପରେ ସହଜରେ ମିଳିଲା ପେଟ୍ରୋଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିଲା ପରେ ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିଛନ୍ତି। ଡ୍ରାଇଭର ଏକତା ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଏକ ଭିଡିଓ ଜାରି କରି ଏନେଇ ସୂଚନା ଦେଇଛନ୍ତି। ଆନ୍ଦୋଳନରୁ ଓହରିବା ପାଇଁ ସେ ଡ୍ରାଇଭରମାନଙ୍କୁ ଅନୁରୋଧ କରିଥିଲା ବେଳେ ତିନିମାସ ମଧ୍ୟରେ ଦାବି ପୂରା ନହେଲେ ଆଗାମୀ ଦିନରେ ଓଡ଼ିଶା ବଡ଼ଧରଣର ଆନ୍ଦୋଳନ ଦେଖିବ ‌ବୋଲି ସେ ଚେତାବନୀ ଦେଇଛନ୍ତି। ଏଥି ସହିତ ନବୀନ ନିବାସ ଆଗରେ ଡ୍ରାଇଭରମାନେ ଆତ୍ମହୁତି ଦେବେ ବୋଲି ଧମକ ଦେଇଛନ୍ତି ଡ୍ରାଇଭର ମହାସଂଘର ସଭାପତି । ଡ୍ରାଇଭର ମହାମଞ୍ଚର ଆନ୍ଦୋଳନ କାରଣରୁ ରାଜ୍ୟବ୍ୟାପି ପ୍ରଭାବିତ ପେଟ୍ରୋଲ ପମ୍ପଗୁଡ଼ିକରେ ଶୁକ୍ରବାର ସନ୍ଧ୍ୟାଠାରୁ ସ୍ବାଭାବିକ ପରିସ୍ଥିତି ଫେରୁଛି। ଭୁବନେଶ୍ବରରେ ମଧ୍ୟ ତେଲ ଫିଲିଙ୍ଗ ନେଇ ସ୍ଥିତି ସ୍ୱାଭାବିକ ହୋଇଯାଇଛି। ଉତ୍କଳ ପେଟ୍ରୋଲିୟ ଡିଲର ଆସୋସେସନ ସାଧାରଣ ସଂପାଦକ ସଂଜୟ ଲାଠ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ଲାଠ କହିଛନ୍ତି ଯେ, ଭୁବନେଶ୍ବରର ପ୍ରାୟ ଟାଙ୍କିରେ ପେଟ୍ରୋଲ ପହଞ୍ଚି ସାରିଛି। ଯେଉଁଭଳି ଜନସାଧାରଣ ପେଟ୍ରୋଲ କିଣିକି ପକାଇଛନ୍ତି ଆଗାମୀ ୩ଦିନ ପର୍ଯ୍ୟନ୍ତ ପେଟ୍ରୋଲ ବେପାର ମାନ୍ଦା ରହିବ। ବିଶେଷକରି ସାରା ଓଡ଼ିଶାରେ ସ୍ଥିତି ସ୍ୱାଭାବିକ ହେବା ପାଇଁ ଆଉ ୨ ଦିନ ସମୟ ଲାଗିବ। କିନ୍ତୁ ପେଟ୍ରୋଲର ଅସୁବିଧା ହେବ ନାହିଁ ବୋଲି ଶ୍ରୀ ଲାଠ କହିଛନ୍ତି।

powered by social2s