ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଦେଲେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ମହାସଚିବ ଚାରୁଲତା ମହାପାତ୍ର । ୧୧ ଦିନ ଧରି ରାଜ୍ୟର ପ୍ରାୟ ୧.୩୦ ଲକ୍ଷ ପ୍ରାଥମିକ ସ୍କୁଲ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ। ଗ୍ରେଡ୍ ପେ ବୃଦ୍ଧି, ୬ ବର୍ଷ ର ଚୁକ୍ତିଭିତ୍ତିକ ଅବଧିକୁ ଚାକିରିର ମୂଲ ଅବଧିରେ ସାମିଲ କରିବା, ପୁରୁଣା ପେନସନ ଲାଗୁ କରିବା ଦାବି ନେଇ ରାସ୍ତାକୁ ଓଲ୍ହାଇଥିଲେ ଶିକ୍ଷକ। ତେବେ ଆଜି ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

powered by social2s