![]()
ଭୁବନେଶ୍ୱର: ଫେବ୍ରୁଆରୀ ୧୮ ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ବଜେଟ ଅଧିବେଶନ ର ଦୁଇଟି ପର୍ଯ୍ୟାୟରେ ୩୧ ଦିନ ଯାଏଁ ଚାଲିବ। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଫେବ୍ରୁଆରୀ ୨୨ ରେ ଉପସ୍ଥାପନ ହେବ ବାର୍ଷିକ ବଜେଟ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରୀ ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ୯ ଦିନ ପାଇଁ ବସିବ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ ରୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ୨୨ ଦିନ ପାଇଁ ବସିବ। ଅଧିବେଶନ ପାଇଁ ଗୃହ କାର୍ଯ୍ୟ ମୋଟ ୩୧ ଦିନ ପର୍ଯ୍ୟନ୍ତ ଚାଲିବ ।
powered by social2s

