ଭୁବନେଶ୍ୱର: ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ଦ୍ଵାରା ଦୁଇ ଜଣ ନକଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଗିରଫ ହୋଇଛନ୍ତି। ଗିରଫ ୨ ଭାଇ ଢେଙ୍କାନାଳ ଦୋଳମଣ୍ଡପ ସାହିର । ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଭିଯୋଗ ଆଧାରରେ ଉଭୟ ଗିରଫ ହୋଇଥିବା ସୂଚନା ମିଳିଛି। ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ କହି ସରକାରୀ ଅଧିକାରୀଙ୍କୁ ଠକୁଥିଲେ। କୌଣସି ମାମଲା ଚପେଇ ଦେବା ପାଇଁ ଟଙ୍କା ଆଦାୟ କରୁଥିଲେ । ଟଙ୍କା ନେବା ପରେ ମିଛ କ୍ଲିଅରାନ୍ସ ରିପୋର୍ଟ ମଧ୍ୟ ଦେଉଥିଲେ । ଫୋନ୍ ପେ'ରେ ୧୬ ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇଥିବା ଅଭିଯୋଗ ହୋଇଛି।
powered by social2s