ଭୁବନେଶ୍ୱର: ଭୁବନେଶ୍ୱର ଏଆରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଞ୍ଚଳରେ ଥିବା ହାଇଟେକ୍ ଆପାର୍ଟମେଣ୍ଟର ନିକଟରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।
ଗାଡ଼ି ପାର୍କିଂକୁ ନେଇ ଦୁଇ ସାଙ୍ଗକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ଗୁରୁତର ହୋଇଥିବା ଯୁବକଙ୍କର ମଧ୍ୟ ହସ୍ପିଟାଲ୍ ରେ ମୃତ୍ୟୁ ହୋଇଛି।
ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ସ୍ଵତନ୍ତ୍ର ସ୍କୁଆଡ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
powered by social2s

