ପୋଲିସ ଏନ୍‌କାଉଣ୍ଟର୍ ରେ କଫ୍ ସିରପ୍ ବେପାରୀ ଆହତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: କଫ୍ ସିରପ୍ ବେପାରୀକୁ ପୋଲିସର ଏନ୍‌କାଉଣ୍ଟର କରିଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଯାଞ୍ଚ ବେଳେ ଜଙ୍ଗଲା-ପାଣ୍ଡୋଲୋଇ ରାସ୍ତାରେ ଏନ୍‌କାଉଣ୍ଟର ହୋଇଛି। ପ୍ରଥମେ ନମ୍ବର ବିହୀନ କାର୍ ରାସ୍ତାକଡ଼ ଗଛରେ ପିଟି ହୋଇଥିଲା। ପୋଲିସ ନିକଟକୁ ଆସିବାରୁ ଗାଡ଼ି ଡ୍ରାଇଭର ଗୁଳିମାଡ଼ କରିଥିଲା। ପୋଲିସର ପାଲଟା ଗୁଳିମାଡ଼ରେ କଫ୍ ସିରପ୍ ବେପାରୀ ପ୍ରୀତମ ବିଶ୍ବାଳ ଆହତ ହୋଇଛି। ପ୍ରୀତମର ଡାହାଣ ଗୋଡ଼ରେ ଗୁଳି ବାଜିଛି। ପ୍ରୀତମକୁ ରେଙ୍ଗାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରୀତମ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ବିପୁଳ କଫ୍ ସିରପ୍ ଜବତ କରାଯାଇଛି।

powered by social2s