ଭୁବନେଶ୍ୱରରେ ଦୁଇ ଦୁର୍ଦ୍ଧାନ୍ତ ଲୁଟେରା ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଖାରବେଳ ନଗର ଥାନା ପୋଲିସ ଆଜି ଦୁଇ ଜଣ ଦୁର୍ଦ୍ଧାନ୍ତ ଲୁଟେରାଙ୍କୁ ଗିରଫ କରିଛି। ଗତ ସପ୍ତାହରେ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରେ ଜଣେ ମହିଳାଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ ଏହି ଦୁଇ ଲୁଟେରା। ଲୁଟ ସୁନା ଗହଣାକୁ ସ୍ୱର୍ଣ୍ଣ ଋଣ ପ୍ରଦାନକାରୀ ସଂସ୍ଥାରେ ବନ୍ଧା ପକାଇ ଟଙ୍କା ଉଠାଇନେଇଥିଲେ। ତେବେ ବିନା କାଗଜପତ୍ରରେ ସୁନା ବନ୍ଧକ ରଖିଥିବା ଅଭିଯୋଗରେ ସଂସ୍ଥାର ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ।

powered by social2s