ଭୁବନେଶ୍ୱର ଓ କଟକରୁ ଦୁଇଟି ମୃତୁଦେହ ଉଦ୍ଧାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର/କଟକ: ଭୁବନେଶ୍ୱର ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ଟି ଗଛ ରେ ଝୁଲୁଥିବା ଦେଖି ପୋଲିସ୍ କୁ ଖବର ଦେଇଥିଲେ ସ୍ଥାନୀୟ ଲୋକ। ଖଣ୍ଡଗିରି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ସୂଚନା। ସେପଟେ କଟକ କୃଷକ ବଜାର ରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବତୀ ଜଣକ କଲେଜ୍ ଛାତ୍ରୀ ହୋଇଥିବା ଅନୁମାନ କରାଯାଉଛି। ମୃତଦେହ ନିକଟରେ ଏକ ମଦ ବୋତଲ ପଡ଼ିଥିବା ଜଣାପଡ଼ିଛି। ହତ୍ୟା ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା।

powered by social2s