୧୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲେଶ୍ୱର: ବାଲେଶ୍ୱର ଫୁଲାଡ଼ି ଅଞ୍ଚଲରୁ ସହଦେବଖୁଣ୍ଟା ଥାନା ପୋଲିସ ୧୦ କିଲୋ ୬୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଅନୁମାନିକ ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା । ସଂପୃକ୍ତ ଘଟଣାରେ ପୋଲିସ୍ ମଧ୍ୟପ୍ରଦେଶର ଜଣେ କିଙ୍ଗପିନ୍ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜବତ ବ୍ରାଉନସୁଗାର ବାହାର ରାଜ୍ୟକୁ ଚାଲାଣ କରାଯିବାର ଯୋଜନା କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ପୂର୍ବାଞ୍ଚଳ ଆଇଜି ଓ ଏସ୍‌ପି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି।

powered by social2s