ଭୁବନେଶ୍ୱର: ୨୮ ଲକ୍ଷ ସାଇବର ଠକେଇ ଅଭିଯୋଗରେ ଓଡିଶା କ୍ରାଇମବ୍ରାଞ୍ଚ ଦିଲ୍ଲୀରୁ ନାଇଜେରୀୟ ଯୁବକ ପ୍ୟାଟ୍ରିକ୍ ଚିଜୋରୋମ ଓରାଜାକାଙ୍କୁ ଅଭିଯୋଗରେ ଗିରଫ କରିଛି । ନାଇଜେରୀୟ ଠକକୁ ନୂଆଦିଲ୍ଲୀରୁ ଗିରଫ କରି କ୍ରାଇମ୍ବ୍ରାଞ୍ଚ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି । କଟକର ଜଣେ ମହିଳାଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ପ୍ୟାଟ୍ରିକ୍ଙ୍କୁ ଗିରଫ କରିଛି। ସୋଶାଲ୍ ମିଡିଆରେ ପ୍ୟାଟ୍ରିକ ନିଜକୁ ନେଦରଲ୍ୟାଣ୍ଡସର ଜଣେ ଡାକ୍ତର ଭାବେ ପରିଚୟ ଦେଇଥିଲେ। ଇନ୍ଷ୍ଟାଗ୍ରାମରେ ମହିଳା ଜଣଙ୍କ ତାଙ୍କୁ ଫଲୋ କରି ଚାଟ୍ ମଧ୍ୟ କରିଥିଲେ। ପରେ ହ୍ୱାଟ୍ସଆପ୍ରେ ସେମାନଙ୍କ ମଧ୍ୟରେ ଚାଟିଂ ଚାଲିଥିଲା। କିଛି ଦିନ ପରେ ପ୍ୟାଟ୍ରିକ୍ ତାଙ୍କୁ ଦେଖା କରିବାପାଇଁ ଭାରତ ଆସୁଥିବା କହିଥିଲେ।ତା’ପର ଦିନ ମହିଳାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ନିଜକୁ ନୂଆଦିଲ୍ଲୀ ବିମାନବନ୍ଦରର ଜଣେ କଷ୍ଟମ୍ସ ଅଫିସର ବୋଲି କହିଥିଲେ। ଏହା ସହିତ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଭେଟିବାକୁ ଭାରତ ଆସିଥିବା ବେଳେ ସେ ନିୟମ ଭାଙ୍ଗି ଥିବାରୁ ତାଙ୍କୁ ଅଟକ ରଖାଯାଇଛି ବୋଲି ଫୋନ୍ କରିଥିବା ବ୍ୟକ୍ତି କହିଥିଲେ। ଏହା ଜାଣିବା ପରେ ପ୍ୟାଟ୍ରିକ୍ଙ୍କୁ ମୁକୁଳାଇବା ପାଇଁ ମହିଳା ଜଣଙ୍କ ପର୍ଯ୍ୟାୟକ୍ରମେ ବିଭିନ୍ନ ଆକାଉଣ୍ଟରେ ଟଙ୍କା ପଠାଇଥିଲେ। ୨୮.୬୭ ଲକ୍ଷ ଟଙ୍କା ଦେବା ପରେ ମହିଳା ଜଣଙ୍କ ସାଇବର ଠକେଇର ଶିକାର ହୋଇଥିବା ସନ୍ଦେହ କରି ଗତ ମାସ ୧୬ ତାରିଖରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଯେଉଁ ସବୁ ଆକାଉଣ୍ଟକୁ ମହିଳା ଜଣଙ୍କ ଟଙ୍କା ପଠାଇଛନ୍ତି, ସେଗୁଡ଼ିକରୁ ଅଧିକାଂଶ ଉତ୍ତର ପୂର୍ବ ଭାରତର ଏବଂ ଆକାଉଣ୍ଟଗୁଡ଼ିକ ନୂଆଦିଲ୍ଲୀରୁ ପରିଚାଳନା କରାଯାଉଥିବା ଜଣା ପଡିବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ନୂଆଦିଲ୍ଲୀ ଯାଇ ପ୍ୟାଟ୍ରିକ୍ଙ୍କୁ ଗିରଫ କରିଥିଲା। ପ୍ୟାଟ୍ରିକ୍ ବହୁ ଲୋକଙ୍କ ଆକାଉଣ୍ଟରୁ ଏହିଭଳି ଠକେଇ କରୁଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ପ୍ୟାଟ୍ରିକ୍ ଠାରୁ ୧୬ଟି ଡେବିଟ୍ କାର୍ଡ, ୧୨ଟି ମୋବାଇଲ ଫୋନ୍, ୨୨ଟି ବ୍ୟାଙ୍କ୍ ପାସ୍ବୁକ୍, ୧୦ଟି ବ୍ୟାଙ୍କ୍ ଚେକ୍, ୨୦ଟି ସିମ୍ କାର୍ଡ, ଗୋଟିଏ ଲାପ୍ଟପ୍, ଗୋଟିଏ ପାସ୍ପୋର୍ଟ, ଆଧାରକାର୍ଡ, ପାନକାର୍ଡ ଜବତ କରିଛି।
୨୮ ଲକ୍ଷ ଠକେଇ ଅଭିଯୋଗରେ ଦିଲ୍ଲୀରୁ ଗିରଫ ହେଲା ନାଇଜେରୀୟ ଠକ
Tools
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

