କଟକ: କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଥିବା ଏକ କଲେଜ ର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ହାତଗୋଡ଼ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ କଲେଜ ନିକଟ ଏକ ପରିତ୍ୟକ୍ତ ଘରୁ ଉଦ୍ଧାର କରି ମେଡିକାଲ ପଠାଇଲେ ଅନ୍ୟ ସହପାଠୀ। ଛାତ୍ରୀ ଜଣକ ବସ୍ ରେ ଯିବା ଆସିବା କରନ୍ତି। ଘଟଣାସ୍ଥଳରୁ ତାଙ୍କ ମୋବାଇଲ ଫୋନ ଓ ବହି ବ୍ୟାଗ୍ ଜବତ କରିଛି ପୋଲିସ।
powered by social2s

