କଟକ: ଡିଜି ଅଫିସ ଆଗରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ ବେଳେ ଉଠାଇ ନେଲା ପୋଲିସ। ବାରମ୍ବାର ଗୁହାରି ସତ୍ତ୍ୱେ ନ୍ୟାୟ ନମିଳିବାରୁ ଆତ୍ମାହୁତି ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି। ମହିଳା ଜଣକ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଅଞ୍ଚଳର ହୋଇଥିବା ସୂଚନା। ଜଣେ ସାମ୍ବାଦିକ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରୁଥିବା ଅଭିଯୋଗ କରିଛନ୍ତି ମହିଳା। ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ମହିଳା।
powered by social2s

