ମୟୂରଭଞ୍ଜ: ଗତ ୨୧ରେ ମୟୂରଭଞ୍ଜ ଜିଲ୍ଲା ତାଳବନ୍ଧ ରେଂଜରୁ ଠାବ ହୋଇଥିବା ହାତୀ ମୃତଦେହ ଘଟଣାରେ ୪ ଶିକାରୀଙ୍କୁ ଗିରଫ କଲା ପୋଲିସ। ହାତୀକୁ ମାରି ଦାନ୍ତ ନେବା ଅଭିଯୋଗରେ ୪ ଜଣ ଶିକାରୀଙ୍କୁ ଗିରଫ କରିବା ସହ ହାତୀ ଦାନ୍ତ ମଧ୍ଯ ଜବତ କରିଛି ବିଶୋଇ ଥାନା ପୋଲିସ। ଜବତ ହାତୀ ଦାନ୍ତକୁ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡକୁ ହସ୍ତାନ୍ତର କରାଯାଇଛି।
powered by social2s

