ପୁରୀରେ ୨୫ ଲକ୍ଷର ଟଙ୍କାର ବ୍ରାଉନସୁଗାର ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀରେ ୨୫୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ବାସେଳି ସାହି ଥାନା ପୋଲିସ ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ ର ମିଳିତ ଚଢାଉ ବେଳେ ବ୍ରାଉନସୁଗାର ଜବତ ହୋଇଛି ଓ ୪ ଜଣ ଗିରଫ ହୋଇଥିବା ସୂଚନା। ଲୋକନାଥ ରୋଡ୍‌ ଷଣ୍ଢ ଛକରେ ଡିଲ୍‌ ବେଳେ ଏହି ୪ ଜଣ ଧରାପଡିଛନ୍ତି। ୨ଟି ବାଇକ୍‌ ଓ ମୋବାଇଲ ମଧ୍ୟ ଜବତ କରିଛି ପୋଲିସ। ୪ ଗିରଫଙ୍କ ମଧ୍ୟରେ ପୁରୀର ୨ ମହିଳା ଓ ଖୋର୍ଦ୍ଧାର ୨ ପୁରୁଷ ଅଛନ୍ତି। ଜବତ ବ୍ରାଉନସୁଗାର ର ମୂଲ୍ୟ ପ୍ରାୟ ୨୫ ଲକ୍ଷ୍ୟ ଟଙ୍କା ହେବ । 

powered by social2s