ନୀଳାଚଳ ଭକ୍ତନିବାସ ନାଁ ରେ ଠକେଇ; ଦୁଇ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ:ପୁରୀ ର ନୀଳାଚଳ ଭକ୍ତ ନିବାସ ନାଁ ରେ ଠକେଇ କରି ଦୁଇ ଜଣ ଗିରଫ ହୋଇଛନ୍ତି| ଗିରଫ ହୋଇଥିବା ବ୍ୟକ୍ତି ହେଲେ କେନ୍ଦୁଝର ଜିଲ୍ଲା ର ଚନ୍ଦନ ସିଂ(୨୭) ଓ ଭଦ୍ରକ ର ଗୌତମ ସାହୁ(୩୯)| ଭକ୍ତ ନିବାସ ନାଁ ରେ ଏକ ଜାଳି ୱେବସାଇଟ ଖୋଲି ଲୋକଙ୍କୁ ରୁମ ବୁଙ୍କିଙ୍ଗ କରାଇଦବା ଆଳରେ ଠକୁଥିଲେ ଏହି ଦୁଇ ଅଭିଯୁକ୍ତ । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଗତ ନଭେମ୍ବର ୨୪ ତାରିଖରେ ଅଭିଯୋଗ କରିଥିଲେ । ଏହା ପରେ ତଦନ୍ତ କରି ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ, ତାଙ୍କ ନିକଟ ରୁ ୫ଟି ମୋବାଇଲ ଫୋନ ୩୧ ଟି ସିମ୍ କାର୍ଡ ଓ ବାଇଓମେଟ୍ରିକ୍ ଉପକରଣ ଜବତ ହୋଇଛି |

powered by social2s