କାନାରା ବ୍ୟାଙ୍କରୁ ୮୫ ଲକ୍ଷ ଟଙ୍କା ଠକେଇ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳର ଶିଖରପୁର କାନାରା ବ୍ୟାଙ୍କରୁ ୮୫ ଲକ୍ଷ ଟଙ୍କା ଠକେଇ। ବ୍ୟାଙ୍କରୁ ବଣିଆର ୮୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ। ବ୍ୟାଙ୍କର ସ୍ୱୀକୃତିପ୍ରାପ୍ତ ବଣିଆଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ବିଭିନ୍ନ ଲୋକଙ୍କ ନାଁରେ ନକଲି ସୁନା ବନ୍ଧକ ରଖି ଠକିଥିବା ଅଭିଯୋଗ। ବନ୍ଧକ ସୁନା ନିଜେ ଚହ୍ନଟ କରୁଥିବା ସୁଯୋଗରେ ଠକେଇ କରିଛି ଅଭିଯୁକ୍ତ ବଣିଆ। ନକଲି ସୁନା ଦେଇ ୨୧ ଜଣଙ୍କ ନାଁରେ ୮୫ ଲକ୍ଷ ଟଙ୍କା ଋଣ ନିଆଯାଇଛି। ବ୍ୟାଙ୍କ ଅଡିଟରୁ ସୁନା ନକଲି ଜଣାପଡ଼ିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି।

powered by social2s