ଦେବଗଡ଼: ଦେବଗଡ଼ ଜିଲ୍ଲା ପ୍ରଧାନକୋଟ ରାସ୍ତାରେ ଏକ ଫାଇନାନ୍ସ କମ୍ପାନୀର ଜଣେ ମହିଳା କର୍ମଚାରୀଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ରିତା ସାହୁ ତାଙ୍କ ସ୍କୁଟିରେ ଭାରତ ଫାଇନାନ୍ସ ଅଫିସ ରୁ ଭଡ଼ା ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୁତ୍ତ ରିତାଙ୍କୁ ଛୁରୀ ଓ କାଠ ଫଳିଆରେ ଆକ୍ରମଣ କରିଥିଲେ। ଆକ୍ରମଣରେ ରିତା ତଳେ ପଡ଼ିଯିବା ପରେ ଦୁର୍ବୁତ୍ତ ମାନେ ତାଙ୍କ ମୁଣ୍ଡ ଉପରେ ପଥର ଛେଚି ଫେରାର ହୋଇଯାଇଥିଲେ। ରିତାଙ୍କ ଚିତ୍କାର ଶୁଣି ନିକଟରେ ଥିବା ତାଙ୍କ ଅଫିସର କର୍ମଚାରୀ ଦୌଡ଼ି ଆସିଥିଲେ। ରିତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଘଟଣା ଘଟାଇବା ପଛରେ କାରଣ ଅସ୍ପଷ୍ଟ ରହିଛି।
powered by social2s

