ପିପିଲି: ପୁରୀ ଜିଲ୍ଲା ପିପିଲି ଥାନା ସାନକଣ୍ଟି ଗାଁରେ ବାପାକୁ ହାଣିଦେଲା ପୁଅ। ନିଶାସକ୍ତ ଅବସ୍ଥାରେ କୁରାଢ଼ିରେ ହାଣି ବାପାକୁ ହତ୍ୟା କଲା ପୁଅ ଜିତୁ ପ୍ରଦାନ। ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ। ଗତକାଲି ରାତିରେ ଜିତୁ ନିଶାସକ୍ତ ଅବସ୍ଥାରେ ପାଟି କରୁଥିବାରୁ ବାପାମା' ଘରୁ ବାହାରକୁ ପଳାଇ ଆସିଥିଲେ। ଏହା ଦେଖି ବାପା ହୃଷିକେଶ ପ୍ରଧାନଙ୍କୁ ଘରକୁ ଟାଣି ଆଣି ଏକ କୁରାଢ଼ିରେ ହାଣି ହତ୍ୟା କରିଥିଲା।
powered by social2s

