ଭୁବନେଶ୍ୱର: ବାଲେଶ୍ୱର ଏସ୍ ପି ସାଗରିକା ନାଥଙ୍କ ବାପା ଓ ମାଆଙ୍କୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଘାଟିକିଆ ରାସ୍ତାରେ ଦୁଇ ଜଣ ଦୁର୍ବୁତ୍ତ ବାଇକ୍ ରେ ଆସି କାର୍ ଅଟକାଇ ଲୁଟ୍ ଉଦ୍ୟମ କରିଥିଲେ। ସାଗରିକାଙ୍କ ବାପା ପ୍ରତିରୋଧ କରିବାରୁ ଦୁର୍ବୁତ୍ତ ମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ ଭରତପୁର ଥାନାରେ ଏତଲା ଦିଆଯାଇଛି। ଆମ୍ରି ହସ୍ପିଟାଲ ନିକଟ ସତ୍ୟସାଇ ଏନକ୍ଲେଭ ସ୍ଥିତ ଘରକୁ ଫେରୁଥିବା ବେଳେ ଘଟିଥିଲା ଏହି ଘଟଣା।
powered by social2s

