ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଦୁଇ ୱାର୍ଡ ମଧ୍ୟରେ ସଂଘର୍ଷ ଯୋଗୁଁ ଏକାଧିକ ଆହତ ହୋଇଛନ୍ତି। ଉଭୟ ପକ୍ଷରୁ ପଥର ଓ ବୋତଲ ମାଡ଼ ହୋଇଥିଲା। ମଞ୍ଚେଶ୍ୱର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଛି। ଚଳିତ ବର୍ଷ ସେପ୍ଟେମ୍ୱର ୧ ତାରିଖରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ ଜଣ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରିଥିଲା।
powered by social2s