ଭୁବନେଶ୍ୱର: ଡାଟା ଟ୍ରାଫିକ୍ ଦୃଷ୍ଟିରୁ ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ନେଟୱାର୍କ ହୋଇ ରହିଛି। ଜାନୁୟାରୀରୁ ସେପ୍ଟେମ୍ବର ୨୦୨୪ ମଧ୍ୟରେ ପ୍ରଥମ ତିନୋଟି ତ୍ରୟମାସର ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଚୀନର କମ୍ପାନୀ ଚାଇନା ମୋବାଇଲ୍ ଠାରୁ କ୍ରମାଗତ ଭାବରେ ଆଗରେ ରହିଛି। ବିଶ୍ୱର ଦୂରସଂଚାର କ୍ଷେତ୍ରର ଅନୁଶୀଳନକାରୀ କମ୍ପାନୀ ଟେଫିସିଏଣ୍ଟ୍ ଅନୁଯାୟୀ ଜିଓ ଏବଂ ଚାଇନା ମୋବାଇଲ୍ ପରେ ଅନ୍ୟ ଏକ ଚୀନ କମ୍ପାନୀ ଚାଇନା ଟେଲିକମ୍ ଡାଟା ଟ୍ରାଫିକରେ ତୃତୀୟ ସ୍ଥାନରେ ଥିବାବେଳେ ଭାରତୀୟ କମ୍ପାନୀ ଏୟାରଟେଲ ଚତୁର୍ଥ ସ୍ଥାନରେ ରହିଛି। ଭୋଡା ଆଇଡିଆ ଷଷ୍ଠ ସ୍ଥାନ ହାସଲ କରିଛି। ଟେଫିସିଏଣ୍ଟ ନିଜ ଟ୍ୱିଟରେ କହିଛନ୍ତି ଯେ ଚୀନ୍ କମ୍ପାନୀ ଚାଇନା ମୋବାଇଲ୍ ସମ୍ଭବତଃ ନିଜର ପ୍ରଭାବ ହରାଇଛି। ଚାଇନା ମୋବାଇଲରେ ବାର୍ଷିକ ଅଭିବୃଦ୍ଧି ମାତ୍ର ୨% ହୋଇଥିବାବେଳେ ଜିଓ ଏବଂ ଚାଇନା ଟେଲିକମରେ ପ୍ରାୟ ୨୪% ଏବଂ ଏୟାରଟେଲରେ ୨୩% ଅଭିବୃଦ୍ଧି ଘଟିଛି। ୫ଜି ନେଟୱାର୍କର ଦୃଢ ଉପସ୍ଥିତି ପାଇଁ ଭାରତୀୟ କମ୍ପାନୀଗୁଡିକର ଡାଟା ଟ୍ରାଫିକ୍ ବୃଦ୍ଧି ପାଇଥିବା ଟେଫିସିଏଣ୍ଟ୍ ଦର୍ଶାଇଛି । ଏଥିସହିତ, ୫ଜି ଚୀନ୍ର ଡାଟା ଟ୍ରାଫିକ ଉପରେ ଭାରତ ଭଳି ପ୍ରଭାବ ପକାଇ ପାରି ନାହିଁ। ୫ଜି ଏବଂ ଘରୋଇ ବ୍ରଡବ୍ୟାଣ୍ଡ ପାଇଁ ରହିଥିବା ପ୍ରବଳ ଚାହିଦା ଜିଓର ବିଶ୍ୱରେ ଡାଟା ଟ୍ରାଫିକ୍ ଦୃଷ୍ଟିରୁ ଏକ ନମ୍ବର ହେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗତ ତିନିବର୍ଷ ମଧ୍ୟରେ ଜିଓ ନେଟୱାର୍କରେ ଡାଟା ଟ୍ରାଫିକ୍ ପ୍ରାୟ ଦ୍ୱିଗୁଣିତ ହୋଇଛି। ଜିଓର ୫ଜି ନେଟୱାର୍କରେ ପ୍ରାୟ ୧୪ କୋଟି ୮୦ ଲକ୍ଷ ଗ୍ରାହକ ଯୋଡି ହୋଇଛନ୍ତି। ଜିଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ଏହାର ମୋଟ ଡାଟା ଟ୍ରାଫିକ୍ ୪୫ ଏକ୍ସାବାଇଟ୍ ଅତିକ୍ରମ କରିଛି।
ଚାଇନା ମୋବାଇଲକୁ ପଛରେ ପକାଇ ଜିଓ ବିଶ୍ୱର ସର୍ବାଧିକ ଡାଟା ବ୍ୟବହାର ହେଉଥିବା ନେଟୱାର୍କ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s