ଭୁବନେଶ୍ୱର: ଆର୍ସେଲରମିତଲ ନିପାନ ଷ୍ଟିଲ ଇଣ୍ଡିଆ ଲିମିଟେଡ (ଏ ଏମ/ଏନଏସ୍ ଇଣ୍ଡିଆ ) ଭାରତରେ ବ୍ୟବସାୟ ବିସ୍ତାର କରିବା ପାଇଁ ଆସନ୍ତା ୧୦ବର୍ଷ ମଧ୍ୟରେ ୧ ଟ୍ରିଲିୟନ୍ ବିନିଯୋଗ କରିବାକୁ ଯୋଜନା ରଖିଛି ।ଇନଟିଗ୍ରଟେଡ ଫ୍ଲାଟ୍ ଷ୍ଟିଲ ଉତ୍ପାଦକ, ଏଏମ୍/ଏନଏସ୍ ଇଣ୍ଡିଆ ପଶ୍ଚିମ ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ଭାବେ ପରିଚିତ । ଏହାର ମୁଖ୍ୟ ପ୍ଲାଣ୍ଟ ଗୁଜୁରାଟର ହାଜିରା ଠାରେ ଅବସ୍ଥିତ । ହାଜିରା ଠାରେ ଥିବା ଏହି ପ୍ଲାଣ୍ଟ ର ଉତ୍ପାଦନ କ୍ଷମତାକୁ ୧୮ ମିଲିୟନ ଟନ୍ ଏବଂ ଓଡ଼ିଶାର କେନ୍ଦ୍ରାପଡ଼ା ଠାରେ ଏକ ୧୨ ଏମଟି କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛି ।ଏହି ସମ୍ବଦରେ ଏଏମ / ଏନଏସ୍ ଇଣ୍ଡିଆର ସିଇଓ, ଦିଲ୍ଲୀପ ଓମେନ କହିଲେ "ଆମେ ଯେଉଁଠାରେ ଆଗ ଅନୁମୋଦନ ପାଇବୁ ସେଠାରେ ଇନଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ସ୍ଥାପନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବୁ । ଆମେ ହାଜିରା ଠାରେ ୫୦,୦୦୦ କୋଟି ବିନିଯୋଗ କରୁଥିବା ବେଳେ ଓଡ଼ିଶାରେ ମଧ୍ୟ ସମପରିମାଣ ର ବିନିଯୋଗ କରିଛୁ । ଏହି ସମସ୍ତ ବିନିଯୋଗ ଜାତୀୟସ୍ତର ରେ ଇସ୍ପାତ ନିର୍ମାଣ କ୍ଷମତାକୁ ୩୦୦ ଏମ ଟି ବୃଦ୍ଧି କରିବାକୁ ଭାରତର ଲକ୍ଷ୍ୟକୁ ସହଯୋଗ କରିବୁ ।ପରିବେଶଗତ ସ୍ଥିରତା ବଜାୟ ରଖିବା ଦିଗରେ ନିଜର କାର୍ଯ୍ୟକ୍ରମ ଅନ୍ତର୍ଗତ ଏଏମ/ଏନଏସ୍ ଇଣ୍ଡିଆ ପୁନଃ ନବିକରଣୀୟ ଶକ୍ତି, ସୌରଶକ୍ତି ଏବଂ ବୈଦ୍ୟୁତିକ ଶକ୍ତି ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରୁଛି । ସବୁଜ ଇସ୍ପାତ ଉତ୍ପାଦନ କରିବା କ୍ଷେତ୍ରରେ କମ୍ପାନୀ ର ବୈଦ୍ୟୁତିକ ଶକ୍ତି ଆବଶ୍ୟକତାର ପ୍ରମୁଖ ଉତ୍ପାଦନ ହେଉଛି ପୁନଃ ନବିକରଣୀୟ ଶକ୍ତି । ପୁନଃ ନାବିକରଣୀୟ ଶକ୍ତି ର ବ୍ୟବସାୟ ପ୍ରତିଷ୍ଠା ପାଇଁ ଆମର ଲକ୍ଷ ରହିଛି ଏବଂ ଜମି କ୍ରୟ ନେଇ ଆମ ସରକାରଙ୍କ ସହ ଆଲୋଚନା କରୁଛୁ ବୋଲି ଓମେନ୍ କହିଛନ୍ତି ।ଲଜିଷ୍ଟିକ କ୍ଷେତ୍ରରେ ସହଯୋଗ ପାଇଁ କମ୍ପାନୀ ଜେଟି ନିର୍ମାଣ କରୁଛି ଏବଂ ଜେଟି ଗୁଡ଼ିକ ଏହାର ଲଜିଷ୍ଟିକ କ୍ଷେତ୍ରରେ ଅନେକ କାର୍ଯ୍ୟ କରିବ ବୋଲି କମ୍ପାନୀ ଆଶାବାଦୀ ।ଏଏମ୍/ଏନଏସ୍ ଇଣ୍ଡିଆର ଦୁଇଟି ଲୁହାପଥର ଖଣି ରହିଛି । ଠାକୁରାଣୀ ଓ ସାଗାସାହି ଠାରେ ଥିବା ଏହି ଖଣି କମ୍ପାନୀର ଜରୁରୀକାଳୀନ ଆବଶ୍ୟକତାକୁ ପୂରଣ କରିଥାଏ ।କଞ୍ଚାମାଲ ର ଆବଶ୍ୟକତା ପୂରଣ କରିବାକୁ ସୁନିଶ୍ଚିତ କରିବା ପାଇଁ କମ୍ପାନୀ ଖଣି ନିଲାମ ରେ ଭାଗ ନେବାକୁ ଯୋଜନା ରଖିଛି ,କିନ୍ତୁ ପ୍ରିମିୟମ ଦରରେ ନୁହେଁ ବରଂ ସଠିକ୍ ଦରରେ ବୋଲି କହିଛନ୍ତି ଓମେନ୍ ।
powered by social2s

