ଭୁବନେଶ୍ୱର: ଭାରତର ସର୍ବବୃହତ୍ ଟେଲିକମ୍ କଂପାନି ରିଲାଏନ୍ସ ଜିଓକୁ ସିଡିପିର ୨୦୨୧ର ବିଶ୍ୱ ର୍ୟାଙ୍କିଙ୍ଗ୍ରେ ସର୍ବୋଚ୍ଚ "ଏ-' ରେଟିଂ ପ୍ରଦାନ କରାଯାଇଛି । ଲଣ୍ଡନରେ ମୁଖ୍ୟ କାର୍ଯ୍ୟାଳୟ ରହିଥିବା ସଂସ୍ଥା ସିଡିପି ପକ୍ଷରୁ ପରିବେଶ ପ୍ରଭାବର ମୁକାବିଲା କରିବା ଲାଗି କଂପାନିଗୁଡ଼ିକ ଗ୍ରହଣ କରିଥିବା ବ୍ୟବସ୍ଥା ପାଇଁ ଏହି ରେଟିଂ ପ୍ରଦାନ କରାଯାଉଛି । ରିଲାଏନ୍ସ ଜିଓ ଦେଶର ସେହି କିଛି ହାତଗଣତି କଂପାନିଗୁଡ଼ିକ ମଧ୍ୟରୁ ଅନ୍ୟତମ ଯାହାକୁ ଲିଡର୍ସିପ୍ ରେଟିଂ "ଏ-' ପ୍ରଦାନ କରାଯାଇଛି ।
ରିଲାଏନ୍ସ ଜିଓ ଭାରତୀୟ ଟେଲିକମ୍ ଓ ଡିଜିଟାଲ୍ କ୍ଷେତ୍ରର ଏକମାତ୍ର କଂପାନି ଯାହାକୁ ପରିବେଶ ପ୍ରଭାବର ସୁପରିଚାଳନା ପାଇଁ ସର୍ବୋଚ୍ଚ "ଏ-' ରେଟିଂ ପ୍ରଦାନ କରାଯାଇଛି । ଗତବର୍ଷ ଜିଓର ରେଟିଂ "ବି' ରହିଥିବା ବେଳେ ଚଳିତ ବର୍ଷ ସେଥିରେ ଉନ୍ନତି ଘଟି ଏହା ସର୍ବୋଚ୍ଚ "ଏ-' ହାସଲ କରିଛି । ସେହିଭଳି ଭାରତୀ ଏୟାରଟେଲ୍ ଗତବର୍ଷ ପାଇଥିବା "ଡି' ରେଟିଂ ତୁଳନାରେ ସାମାନ୍ୟ ଉନ୍ନତି ସହ ଚଳିତ ବର୍ଷ "ସି' ରେଟିଂ ପାଇଛି ।
ସାରା ବିଶ୍ୱର ୨୭୨ଟି କଂପାନିକୁ ଲିଡରସିପ୍ ରେଟିଂ ପ୍ରଦାନ କରାଯାଇଛି । ଜଳବାୟୁ ପରିବର୍ତନ, ଜଙ୍ଗଲ ଓ ଜଳର ସୁରକ୍ଷା ଭଳି ବିଷୟରେ କଂପାନିଗୁଡ଼ିକର ଉତମ କାର୍ଯ୍ୟ ପ୍ରଣାଳୀ ଓ ସେମାନଙ୍କ ପାରଦର୍ଶିତାକୁ ବିଚାରକୁ ନେଇ ଏହି ରେଟିଂ ପ୍ରଦାନ କରାଯାଇଛି । ୨୦୦୦ ମସିହାରେ ସ୍ଥାପିତ ହୋଇଥିବା ସିଡିପି ପକ୍ଷରୁ କଂପାନିଗୁଡ଼ିକୁ ସେମାନଙ୍କ ପରିବେଶ ପ୍ରଭାବ ବିଷୟରେ ଘୋଷଣା କରିବା ଓ ଗ୍ରିନ୍ ହାଉସ୍ ଗ୍ୟାସ୍କୁ କମ୍ କରିବା ଲାଗି ପ୍ରୋତ୍ସାହିତ କରାଯାଉଛି ।
ସିଡିପି ପକ୍ଷରୁ କୁହାଯାଇଛି ଯେ ସାରା ବିଶ୍ୱର ମାତ୍ର ଦୁଇ ପ୍ରତିଶତ କଂପାନିକୁ ସିଡିପି ରେଟିଂ ଦିଆଯାଇଛି । ସିଡିପି ପକ୍ଷରୁ ଏ ଠାରୁ ଡି ପର୍ଯ୍ୟନ୍ତ ବିଭିନ୍ନ ରେଟିଂ ଦିଆଯାଉଛି । ଏ ରେଟିଂ ହେଉଛି ଲିଡର୍ସିପ୍ ସ୍ତର । ବି ରେଟିଂ ପ୍ରବନ୍ଧନ ସ୍ତରରେ ଥିବା କଂପାନିଗୁଡ଼ିକୁ ପ୍ରଦାନ କରାଯାଉଛି । ସି ରେଟିଂକୁ ସଚେତନତା ସ୍ତରର ରେଟିଂ ଭାବେ ବିଚାର କରାଯାଉଛି । ସିଡିପି ଅନୁସାରେ ଡି-ରେଟିଂ ହେଉଛି ପ୍ରାରମ୍ଭିକ ସ୍ତର ।
ବିଶ୍ୱ ପରିବେଶ ପ୍ରଭାବ ୨୦୨୧ ସିଡିପି ରେଟିଂରେ ରିଲାଏନ୍ସ ଜିଓକୁ ସର୍ବୋଚ୍ଚ "ଏ-’ ରେଟିଂ ପ୍ରଦାନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

