Warning: getimagesize(/home/odiaray/public_html/images/IMG-20220527-WA0082.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/IMG-20220527-WA0082.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ଜନସନ ଆଣ୍ଡ ଜନସନ ଭିଜନର ନୂତନ ଅଭିଯାନ

ବାଣିଜ୍ୟ /ବ୍ୟବସାୟ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଜନସନ ଆଣ୍ଡ ଜନସନ ପ୍ରାଇଭେଟ ଲିଃର ଏକ ବିଭାଗ, ଜନସନ ଆଣ୍ଡ ଜନସନ ଭିଜନ ଇଣ୍ଡିଆ ପକ୍ଷରୁ ସମ୍ପ୍ରତି ଏହାର ଅତ୍ୟାଧୁନିକ ଅଭିଯାନ “ଦେଖତେ ରେହ ଯାଓଗେ”ର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ବାସ୍ତବରେ ଭିନ୍ନ କାରଣ ଏଥିରେ ପ୍ରକୃତରେ ଆକ୍ୟୁଭ ଲେନ୍ସର ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କୁ ସାମିଲ କରାଯାଇଛି । ଏଥିରେ ସେମାନେ ନୂତନ ଆହ୍ୱାନରଗୁଡ଼ିକୁ କିଭଳି ନିର୍ଭିକ ଭାବେ ଗ୍ରହଣ କରୁଛନ୍ତି ଏବଂ ନିଜର ଦୃଷ୍ଟିଶକ୍ତିକୁ ଏକ ନୂତନ ପରିଚୟରେ ପରିଣତ କରୁଛନ୍ତି ତାହା ଦର୍ଶାଯାଇଛି । ଏହି ଫିଲ୍ମରେ ପୁରାତନ ଆଇକୋନିକ ଗୀତ ଇନ ଆଖୋଁ କି ମସ୍ତିକୁ ନୂତନ ଢଙ୍ଗରେ ଉପସ୍ଥାପନା କରାଯାଇଛି । ଆକ୍ୟୁଭ କଂଟାକ୍ଟ ଲେନ୍ସ ସ୍ୱଚ୍ଛ ଦୃଷ୍ଟି ସହିତ ଆରାମ ଏବଂ ଆତ୍ମବିଶ୍ୱାସ ପ୍ରଦାନ କରିଥାଏ । ଏହି ପିରପ୍ରେକ୍ଷୀରେ ଜନସନ ଆଣ୍ଡ ଜନସନ ଭିଜନ, ଭିଜନ କେୟାର ଇଣ୍ଡିଆ, ବିଜନେସ ୟୁନିଟ ଡିରେକ୍ଟର, ଟିନି ସେନଗୁପ୍ତା କହିଛନ୍ତି ଯେ, “ଜନସନ ଆଣ୍ଡ ଜନସନ ଭିଜନ ମାଧ୍ୟମରେ ଭାରତୀୟ ଯୁବ ପିଢିଙ୍କୁ କଂଟାକ୍ଟ ଲେନ୍ସ ମାଧ୍ୟମରେ ଦୁନିଆ ଦେଖିବାର ସୁଯୋଗ ପ୍ରଦାନ କରୁଛି । ଆକ୍ୟୁଭ ସମଗ୍ର ବିଶ୍ୱରେ କଂଟାକ୍ଟ ଲେନ୍ସ ମଧ୍ୟରେ ଶ୍ରେଷ୍ଠ ବିକ୍ରି ହେଉଥିବା ବ୍ରାଣ୍ଡ ଅଟେ । ଭାରତରେ କଂଟାକ୍ଟ ଲେନ୍ସର ପ୍ରଚଳନ କମ ଥିବା ବେଳେ ଆମ୍ଭେମାନେ ଆକ୍ୟୁଭ ମାଧ୍ୟମରେ ଲୋକମାନଙ୍କୁ ସେହି ଆରାମ ଏବଂ ସହଜତା ପ୍ରଦାନ କରିବା ପାଇଁ ପ୍ରୟାସ କରୁଛୁ ।” ନିୟମିତଭାବେ ଚକ୍ଷୁ ପରୀକ୍ଷା ସମ୍ପର୍କରେ ଜନସନ ଆଣ୍ଡ ଜନସନ ଭିଜନ, ଭିଜନ କେୟାର ଇଣ୍ଡିଆ, ଅପ୍ଟୋମେଟ୍ରିକ୍ସ ଆଣ୍ଡ କନସଲଟାଂଟଣ୍ଟପ୍ରଫେସନାଲ ଏଜୁକେସନ ଆଣ୍ଡ ଡେଭଲପମେଂଟ, ଶ୍ରୀ ଅଶୋକ ପାଣ୍ଡିୟାନ କହିଛନ୍ତି ଯେ, “ସୁସ୍ଥ ଚକ୍ଷୁ ପାଇଁ ନିୟମିତ ଚକ୍ଷୁ ପରୀକ୍ଷା ନିତ୍ୟାନ୍ତ ଆବଶ୍ୟକ । ସ୍ୱତନ୍ତ୍ରଭାବେ ୱାର୍କ ଫ୍ରମ ହୋମ ଏବଂ ସ୍କ୍ରିନ ଟାଇମିଂ ବଢିଥବାରୁ ନିୟମିତ ଚକ୍ଷୁ ପରୀକ୍ଷା କରିବା ଉଚିତ । କଂଟାକ୍ଟ ଲେନ୍ସ ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହିତ ଲୁକ ଏବଂ ଆତ୍ମ ବିଶ୍ୱାସ ମଧ୍ୟ ବଢାଇଥାଏ । ଆପଣ କଂଟାକ୍ଟ ଲେନ୍ସ ବ୍ୟବାହର କରିବାକୁ ଚାହୁଁଥିଲେ ସର୍ବଦା ଏକ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ କଂଟାକ୍ଟ ଲେନ୍ସ ବ୍ୟବହାର କରିପାରିବେ ।”

powered by social2s