୫ଜି ସେବା ପାଇଁ ମହତ୍ୱପୂର୍ଣ୍ଣ ୭୦୦ ମେଗାହର୍ଜ ବ୍ୟାଣ୍ଡ୍ ହାସଲରେ ଜିଓ ଏକମାତ୍ର ଅପରେଟର

ବାଣିଜ୍ୟ /ବ୍ୟବସାୟ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ୫ଜି ସ୍ପେକ୍ଟ୍ରମ୍ ନିଲାମ ସହିତ ଭାରତରେ ୫ଜି ସେବା ଲାଗି ରାସ୍ତା ପରିଷ୍କାର ହୋଇଯାଇଛି । ଦେଶର ସମସ୍ତ ୨୨ ଟେଲିକମ୍ ସର୍କଲ୍‌ରେ ପ୍ରିମିୟମ୍ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ର ୫ଜି ସ୍ପେକ୍ଟ୍ରମ୍ କିଣିବାରେ ଜିଓ ହେଉଛି ଏକମାତ୍ର ଅପରେଟର । ୫ଜି ପାଇଁ ଉତ୍କୃଷ୍ଟ ବିଚାର କରାଯାଉଥିବା ଏହି ବ୍ୟାଣ୍ଡ୍ ଉପରେ ସମସ୍ତଙ୍କ ନଜର ଥିଲା । କିନ୍ତୁ, ଏହି ପ୍ରିମିୟମ୍ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌କୁ ହାସଲ କରି ୫ଜି ଦୌଡ଼ରେ ଜିଓ ପ୍ରାରମ୍ଭିକ ଅଗ୍ରଗତି ହାସଲ କରିପାରିଛି । ସାରା ସାରା ବିଶ୍ୱରେ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌କୁ ୫ଜି ପାଇଁ ପ୍ରମୁଖ ବ୍ୟାଣ୍ଡ୍ ଭାବେ ବ୍ୟବହାର କରାଯାଉଛି । ଏଭଳିକି ଆମେରିକା ଓ ୟୁରୋପୀୟ ସଂଘ ପକ୍ଷରୁ ଏହାକୁ ୫ଜି ସେବା ପାଇଁ “ପ୍ରିମିୟମ୍ ବ୍ୟାଣ୍ଡ୍‌’ ଘୋଷଣା କରାଯାଇଛି । ସାରା ଦୁନିଆରେ ଏହି ବ୍ୟାଣ୍ଡ୍ ଲୋକପ୍ରିୟ ହେବାର ଅନେକ କାରଣ ରହିଛି । ଟେଲିକମ୍ କ୍ଷେତ୍ର ଉପରେ ନଜର ରଖିଥିବା ରୋହନ ଧମିଜାଙ୍କ କହିବା ଅନୁଯାୟୀ ଉନ୍ନତ ଇନ୍‌ଡୋର୍ ଓ ଆଉଟ୍‌ଡୋର୍ କଭରେଜ୍ ହେଉଛି ୭୦୦ ମେଗାହର୍ଜ ଲୋକପ୍ରିୟ ହେବାର ଅନ୍ୟତମ କାରଣ । ଲୋ ଫ୍ରିକ୍ୟୁଏନ୍ସି ବ୍ୟାଣ୍ଡ୍ ହୋଇଥିବାରୁ ଏହାର ସିଗ୍‌ନାଲ୍ କୋଠାବାଡ଼ିର ଭିତର ପର୍ଯ୍ୟନ୍ତ ପ୍ରବେଶ କରିପାରେ । ତେଣୁ ଇନ୍‌ଡୋର୍ କଭରେଜ୍ ଦୃଷ୍ଟିରୁ ଏହା ବେଶ ଚମତ୍କାର । ସେଥିପାଇଁ ୭୦୦ ମେଗାହର୍ଜକୁ ଭିଡ଼ ସ୍ଥାନ ଓ ଅଧିକ ଡାଟା ବ୍ୟବହାର ହେଉଥିବା ସ୍ଥାନ ପାଇଁ ଆଦର୍ଶ ଭାବେ ବିଚାର କରାଯାଉଛି । ଏହାର ଦ୍ୱିତୀୟ ଆକର୍ଷଣ ହେଉଛି ଦୀର୍ଘ ଆଉଟ୍‌ଡୋର୍ କଭରେଜ୍ । ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ର ଟାୱାର ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ କଭରେଜ ପ୍ରଦାନ କରିଥାଏ । ଏହାର କଭରେଜ୍ ପାଇଁ ଅପରେଟରଙ୍କୁ କମ୍ ଟାୱାର ଲଗାଇବାକୁ ପଡ଼ିଥାଏ । ସେଥିପାଇଁ ଏହି ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ ମହଙ୍ଗା ହୋଇଥିଲେ ମଧ୍ୟ ସୁଲଭ ୫ଜି ସେବା ଲାଗି ଏହାକୁ ଉପଯୁକ୍ତ ବିଚାର କରାଯାଉଛି । ଭାରତ ଏଭଳି ଏକ ଦେଶ ଯେଉଁଠାରେ ବଡ଼ ଜନସଂଖ୍ୟା ଏବେବି ଗ୍ରାମାଂଚଳରେ ବାସ କରୁଛନ୍ତି ସେଠାରେ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ର ବିଶାଳ କଭରେଜ୍ ଗ୍ରାମୀଣ ଭାରତକୁ ଉନ୍ନତ ଯୋଗଯୋଗରେ ରହିବାରେ ସହାୟକ ହେବ । ଏହାର ଅର୍ଥ ହେଉଛି ୫ଜି କେବଳ ସହରାଂଚଳରେ ସୀମିତ ରହିବ ନାହିଁ । ଗ୍ରାମାଂଚଳରେ ଏହାର ଲାଭ ନିଶ୍ଚିତ ରୂପେ ପହଂଚିବ । ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ୭୦୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ଦୂରଦୂରାନ୍ତ, ଭିଡ଼ ଓ ଗ୍ରାମୀଣ ଅଂଚଳରେ ଯୋଗଯୋଗ ପହଁଚାଇବାରେ ସହାୟକ ବୋଲି କହିଛନ୍ତି । ଡାଟା ଟ୍ରାଫିକ୍ ପରିଚାଳନା କରିବାରେ ଏହାର ସୁଖ୍ୟାତି ରହିଛି । ଏହି ବ୍ୟାଣ୍ଡ୍ ଷ୍ଟାଣ୍ଡ୍‌-ଏଲୋନ୍ ବା ଏକକ ୫ଜି ନେଟ୍‌ୱର୍କକୁ ସପୋର୍ଟ କରୁଛି । ବିଶେଷଜ୍ଞମାନଙ୍କ ମତରେ ୧୮୦୦ ମେଗାହର୍ଜ ତୁଳନାରେ ୫ ଗୁଣା ଓ ୯୦୦ ମେଗାହର୍ଜ ତୁଳନାରେ ଦୁଇ ଗୁଣା ଅଧିକ ପ୍ରଭାବୀ ହେଉଛି ୭୦୦ ମେଗାହର୍ଜ ବ୍ୟାଣ୍ଡ୍ । ୨୬ ଗିଗାହର୍ଜର୍ ହାଇ- ଫ୍ରିକ୍ୱଏନ୍‌ସି ମିଲିମିଟର ବ୍ୟାଣ୍ଡ୍‌ର ଗତି ଯଦିଓ ବହୁତ ତୀବ୍ର କିନ୍ତୁ ଏହାର କଭରେଜ୍ ଅତ୍ୟନ୍ତ ସୀମିତ । ୨୧୦୦ ମେଗାହର୍ଜ ତୁଳନାରେ ୭୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ସେବା ପ୍ରଦାନ କରିବା ସୁଲଭ ରହିବ । ନିକଟରେ ଶେଷ ହୋଇଥିବା ୫ଜି ସ୍ପେକ୍ଟ୍ରମ୍ ନିଲାମରେ ଓଡ଼ିଶାରେ ରିଲାଏନ୍ସ ଜିଓ ୭୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସ୍ପେକ୍ଟ୍ରମ୍ ହାସଲ କରିଛି । ସୂଚନାଯୋଗ୍ୟ ଯେ, ୧ ଅଗଷ୍ଟରେ ଶେଷ ହୋଇଥିବା ୫ଜି ସ୍ପେକ୍ଟ୍ରମ୍ ନିଲାମରେ ଭାଗ ନେଇ ରିଲାଏନ୍ସ ଜିଓ ସର୍ବାଧିକ ସ୍ପେକ୍ଟ୍ରମ ହାସଲ କରିବା ସହିତ ଭାରତରେ ବିଶ୍ୱର ସର୍ବାଧୁନିକ ୫ଜି ନେଟ୍‌ୱର୍କ ନିର୍ମାଣ ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛି । ଜିଓର ୫ଜି ସମାଧାନଗୁଡ଼ିକ ଭାରତରେ ପ୍ରସ୍ତୁତ, ଭାରତୀୟଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ପ୍ରତ୍ୟେକ ଭାରତୀୟଙ୍କ ଆବଶ୍ୟକତା ପୂରଣ ନିମନ୍ତେ ପୂର୍ଣ୍ଣ ଉପଯୋଗୀ । ଜିଓ ସର୍ବନିମ୍ନ ସମୟ ମଧ୍ୟରେ ୫ଜି ସେବା ପ୍ରଚଳନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି କାରଣ ଏହାର ରାଷ୍ଟ୍ରବ୍ୟାପୀ ଫାଇବର ଉପସ୍ଥିତି, ପରମ୍ପରାଗତ ଭିତିଭୂମି ସମସ୍ୟା ନଥିବା ଅତ୍ୟାଧୁନିକ ପୂର୍ଣ୍ଣ ଆଇପି ନେଟ୍‌ୱର୍କ, ସ୍ୱଦେଶୀ ୫ଜି ଷ୍ଟାକ୍ ଏବଂ ସମଗ୍ର ପ୍ରଯୁକ୍ତି ପରିବ୍ୟବସ୍ଥାରେ ମଜଭୁତ ବିଶ୍ୱସ୍ତରୀୟ ସହଭାଗିତା ରହିଛି ।

powered by social2s