ଜିଓର ଉଲ୍ଲେଖନୀୟ ୬ ବର୍ଷ: ୬ ପ୍ରମୁଖ ଲାଭ

ବାଣିଜ୍ୟ /ବ୍ୟବସାୟ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭଏସ୍ କଲ୍ ପାଇଁ ଅଧିକ ବିଲ୍ ଭରଣା କରୁଥିବା ଏହି ଦେଶରେ ଜିଓ ଆଉଟଗୋଇଂ ଭଏସ୍ କଲ୍‌କୁ ମାଗଣା କରିବା ସହିତ ସମସ୍ତ ନେଟୱର୍କରେ ଏହାକୁ ମାଗଣା କରିଛି, ଯାହା ଗ୍ରାହକଙ୍କ ପାଇଁ ଏ ପ୍ରକାରର ପ୍ରଥମ ଅନୁଭୂତି ଥିଲା । ମୋବାଇଲ ରଖିବା ପୂର୍ବାପେକ୍ଷା ଅନେକ ସହଜ ହେବା ସହ ମୋବାଇଲ ବିଲ୍‌ରେ ମଧ୍ୟ ଯଥେଷ୍ଟ ହ୍ରାସ ଘଟିଛି ।  ଜିଓର ଆଉଟ୍‌ଗୋଇଂ ମାଗଣା କରିଦିଆଯିବା ଦ୍ୱାରା ଅନ୍ୟ ଅପରେଟରଙ୍କ ଉପରେ ବ୍ୟାପକ ଚାପ ପଡିଥିଲା ଏବଂ ସେମାନେ ମଧ୍ୟ ନିଜର ରଣନୀତିରେ ପରିବର୍ତନକରି ଦାମ୍ ହ୍ରାସ କରିଥିଲେ ।

ଦୁନିଆରେ ସବୁଠାରୁ ଶସ୍ତ ଡାଟା:

ଭାରତରେ ଡାଟା ବ୍ୟବହାର କେବଳ ସର୍ବାଧିକ ନୁହେଁ, ତାହା ସହିତ ଡାଟା ମୂଲ୍ୟ ମଧ୍ୟ ବିଗତ ୬ବର୍ଷ ମଧ୍ୟରେ ଶୀର୍ଷ ସ୍ଥାନରୁ ସର୍ବନିମ୍ନ ସ୍ଥାନକୁ ଖସିଆସିଛି । ଜିଓ ପ୍ରଚଳନ ସମୟରେ ଦେଶରେ ଗ୍ରାହକଙ୍କୁ ୧ ଜିବି ଡାଟା ବ୍ୟବହାର କରିବା ପାଇଁ ପ୍ରାୟ ୨୫୦ ଟଙ୍କା ଦେବାକୁ ପଡୁଥିଲା । ଡାଟା ମୂଲ୍ୟ ଉପରେ ଜିଓର ଏକପ୍ରକାର ଯୁଦ୍ଧର ଫଳ ସ୍ୱରୂପ ଆଜି ଅର୍ଥାତ୍ ୨୦୨୨ରେ ୧ଜିବି ଡାଟା ହାରାହାରି ପ୍ରାୟ ୧୩ ଟଙ୍କାରେ ମିଳିଯାଉଛି । ଅର୍ଥାତ୍ ଡାଟା ମୂଲ୍ୟ ୬ବର୍ଷ ମଧ୍ୟରେ ପ୍ରାୟ ୯୫ ପ୍ରତିଶତ ହ୍ରାସପାଇଛି । ଏହି ତଥ୍ୟ ଏଥିପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଦୁନିଆର ବୃହତ ଅର୍ଥନୀତିଗୁଡିକ ମଧ୍ୟରେ ଭାରତରେ ଡାଟା ମୂଲ୍ୟ ସବୁଠାରୁ କମ୍ ରହିଛି ।

ଡିଜିଟାଲ ଇକୋନୋମିର ମେରୁଦଣ୍ଡ-ଇ କମର୍ସର ପ୍ରାଣ

ରିଲାଏନ୍ସ ଜିଓ ଭାରତୀୟ ଡିଜିଟାଲ ଇକୋନୋମିର ମେରୁଦଣ୍ଡ ପାଲଟିଛି । ସରକାରୀ ପ୍ରଚେଷ୍ଟାରେ ସୃଷ୍ଟି ସଚେତନତା ଏବଂ ଜିଓର ଶସ୍ତା ଡାଟା ଡିଜିଟାଲ ଇକୋନୋମିରେ ନୂଆ ଜୀବନ ସଂଚାର କରିଛି । ଜିଓ ପ୍ରଚଳନ ସମୟରେ ଅର୍ଥାତ, ୨୦୧୬ ସେପ୍ଟେମ୍ବରରେ ୟୁପିଆଇ ମାର୍କେଟରେ କେବଳ ୩୨.୬୪ କୋଟିର କାରବାର ହେଉଥିଲା । ୨୦୨୨ ଅଗଷ୍ଟ ପ୍ରାରମ୍ଭରେ ଏଥିରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ସମ୍ପ୍ରତି ୟୁପିଆଇରେ ୧୦.୭୨ ଲକ୍ଷ କୋଟି ଟଙ୍କାର କାରବାର ହେଉଛି । ଏହାର କାରଣ ଅତ୍ୟନ୍ତ ସୁସ୍ପଷ୍ଟ, ବିଗତ ୬ବର୍ଷରେ କେବଳ ବ୍ରଡ୍‌ବ୍ୟାଣ୍ଡ୍ ଉପଭୋକ୍ତ ସଂଖ୍ୟା ୧୯.୨୩ କୋଟି (୨୦୧୬ ସେପ୍ଟେମ୍ବର)ରୁ ବୃଦ୍ଧି ପାଇ ୮୦ କୋଟି (୨୦୨୨ ଜୁନ୍‌)ରେ ପହଚିଂଛି ଏବଂ ସେହି ସମୟରେ ହାରାହାରି ଇଟଂରନେଟ୍ ସ୍ପିଡ ମଧ୍ୟ ୫ଗୁଣ ବୃଦ୍ଧିପାଇ ୫.୬ ଏମ୍‌ବିପିଏସ୍ (୨୦୧୬ ମାର୍ଚ୍ଚ)ରୁ ୨୩.୧୬ ଏମ୍‌ବିପିଏସ୍ (୨୦୨୨ ଏପ୍ରିଲ)ରେ ପହଂଚିିଛି ।

ୟୁନିକର୍ଣ୍ଣ କମ୍ପାନୀ ସମୂହ ସଂଖ୍ୟାରେ ଆଶାତୀତ ବୃଦ୍ଧି

ସମ୍ପ୍ରତି ଭାରତରେ ୧୦୫ ୟୁନିକର୍ଣ୍ଣ କମ୍ପାନୀ ରହିଛନ୍ତି, ଯେଉଁମାନଙ୍କର ମୂଲ୍ୟ ୩୩୮ ଅରବ ଡଲାରରୁ ଅଧିକ । ଜିଓ ପ୍ରଚଳନ ସମୟରେ ଭାରତରେ ମାତ୍ର ୪ଟି ୟୁନିକର୍ଣ୍ଣ କମ୍ପାନୀ ରହିଥିଲେ । ୟୁନିକର୍ଣ୍ଣ ସେହି ଷ୍ଟାର୍ଟଅପ୍ କମ୍ପାନୀଙ୍କୁ କୁହାଯାଉଛି ଯାହାର ନେଟ୍‌ୱର୍ଥ ୧ ଅରବ ଡଲାରରୁ ଅଧିକ । ୨୦୨୧ରେ ୪୪ଟି ଷ୍ଟାର୍ଟଅପ୍ ୟୁନିକର୍ଣ୍ଣ କମ୍ପାନୀ ତାଲିକାରେ ସ୍ଥାନ ପାଇଥିଲେ ।

ଜିଓଫୋନ୍ ଭାରତର ପ୍ରଥମ ୪ଜି ଫିଚର ସ୍ମାର୍ଟଫୋନ- କୋଟି କୋଟି ଗ୍ରାହକଙ୍କୁ ଡିଜିଟାଲ ଦୁନିଆ ସହିତ ଯୋଡିଛି

ଦେଶରେ ପ୍ରାୟ ୫୦ କୋଟି ଲୋକ ପୁରୁଣା ଏବଂ ମହଙ୍ଗା (କଲ୍ କରିବାକୁ) ୨ଜି ପ୍ରଯୁକ୍ତିର ବ୍ୟବହାର କେବଳ ଏଥିପାଇଁ କରୁଥିଲେ, କାରଣ ସେମାନଙ୍କ ପାଖରେ ୪ଜି ପ୍ରଯୁକ୍ତିରେ ଚାଲିବା ପାଇଁ ମହଙ୍ଗା ଫୋନ କିଣିବାକୁ ଟଙ୍କା ନଥିଲା ଅଥବା ସେମାନେ ବଟନ୍ ବିଶିଷ୍ଟ ଫୋନ ବ୍ୟବହାର କରିବାକୁ ଚାହୁଁଥିଲେ । ଜିଓ ଯଥେଷ୍ଟ କମ୍ ମୂଲ୍ୟରେ ୪ଜି ଜିଓଫୋନ୍ ପ୍ରଚଳନ କରି ଏହି ଦୁଇଟିଯାକ ସମସ୍ୟାକୁ ଦୂର କରିଥିଲା । ଜିଓଫୋନ ଭାରତୀୟ ବଜାରରେ ଏପର୍ଯ୍ୟନ୍ତ ସବୁଠାରୁ ସଫଳ ମୋବାଇଲ ଫୋନ ସାବ୍ୟସ୍ତ ହୋଇଛି । ଏହାର ୧୧ କୋଟିରୁ ଅଧିକ ୟୁନିଟ ବିକ୍ରି ହୋଇଛି ।

ଜିଓଫାଇବର- ଲକ୍‌ଡାଉନ୍ ସମୟର ସାଥୀ- ୱର୍କ ଫ୍ରମ୍ ହୋମ୍‌- କ୍ଳାସ ଫ୍ରମ ହୋମ୍‌-ଇ ସପିଙ୍ଗ୍‌

ଲକ୍‌ଡାଉନ୍ ସମୟରେ ଦେଶରେ ଜିଓ ଫାଇବର ସେବା ଜନସାଧାରଣଙ୍କ ପାଇଁ ବଡ ସାହାରା ଭାବରେ ଉଭା ହୋଇଥିଲା । ଭାବି ଦେଖନ୍ତୁ, ଲକ୍‌ଡାଉନ୍ ସମୟରେ ଯଦି ଇଟଂରନେଟ୍ ନଥାନ୍ତା ତେବେ ଅବସ୍ଥା କଣ ହୋଇଥାନ୍ତା । ୱର୍କ ଫ୍ରମ୍ ହୋମ, କ୍ଲାସ ଫ୍ରମ୍ ହୋମ ଅଥବା ଇ-ସପିଙ୍ଗ ଆଦି କ୍ଷେତ୍ରରେ ଜିଓଫାଇବର ନିଜର ବିଶ୍ୱସନୀୟ ସେବା ଏବଂ ସ୍ପିଡ ବଳରେ କୌଣସି କାମ ଅଟକିବାକୁ ଦେଇନଥିଲା । ତିନିବର୍ଷରେ ଭାରତରେ ୭୦ ଲକ୍ଷ ପରିସରକୁ ଜିଓଫାଇବର ସହିତ ସଂଯୁକ୍ତ କରାଯାଇସାରିଛି । ୱର୍କ ଫ୍ରମ୍ ହୋମ୍ ସଂସ୍କୃତି କମ୍ପାନୀଗୁଡିକୁ ଏଭଳି ସୁବିଧା ପ୍ରଦାନ କରିଥିଲା ଯେ ଲକଡାଉନ୍ ପରେ ମଧ୍ୟ ଅନେକ କମ୍ପାନୀ ୱର୍କ ଫ୍ରମ୍ ହୋମ୍ ଉପରେ ଗୁରୁତ୍ୱ ଦେଉଛନ୍ତି । ଜୀବନକୁ ସହଜ କରିବା ସହିତ ଜିଓଫାଇବର ଅପ୍ରତ୍ୟକ୍ଷ ଭାବରେ ଅନେକ ରୋଜଗାର ମଧ୍ୟ ସୃଷ୍ଟି କରୁଛି । ବିଗତ କିଛି ବର୍ଷ ମଧ୍ୟରେ ସୃଷ୍ଟି ହୋଇଥିବା ଅନେକ ଇଟଂରନେଟ୍‌, ଇ-କମର୍ସ, ହୋମ୍ ଡେଲିଭରୀ ଏବଂ ଏଟଂରଟେନ୍‌ମେଂଟ୍ କମ୍ପାନୀ ହଜାର-ଲକ୍ଷ ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇଛନ୍ତି ।

 

 

 

               

 

powered by social2s