ଭୁବନେଶ୍ୱର : ସିକେ ବିର୍ଲା ହେଲ୍ଥକେୟାର ପକ୍ଷରୁ ଅନୁଜ ଟାଇମ୍ସ ସ୍କୋୟାର, ଜନପଥ, ସହିଦ ନଗର, ଖୋର୍ଦ୍ଧା, ଭୁବନେଶ୍ୱରରେ ଏହାର ବ୍ୟାପକ ଫର୍ଟିଲିଟି ସେଂଟର ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ର ଶୁଭାରମ୍ଭ କରାଯାଇଛି । ରାଜ୍ୟରେ ଏହା ଗ୍ରୁପ୍ର ପ୍ରଥମ କେନ୍ଦ୍ର ଯାହା ଫର୍ଟିଲିଟି ସମସ୍ୟା ଥିବା ରୋଗୀମାନଙ୍କୁ ଭରସାଯୋଗ୍ୟ କ୍ଲିନିକ ଚିକିତ୍ସା, ଏକ ମୂଲ୍ୟ ପ୍ରତିଶ୍ରୁତି ଏବଂ ବିଶ୍ୱସ୍ତ ଯତ୍ନ ପ୍ରଦାନ କରୁଛି । ଭୁବନେଶ୍ୱରର ଏହି କେନ୍ଦ୍ର ହେଉଛି ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ର ଦେଶରେ ୧୨ତମ କ୍ଲିକିନ୍ ଯାହାର ଉପସ୍ଥିତି ଦିଲ୍ଲୀ, ଗୁରୁଗ୍ରାମ, କୋଲକାତା, ଲକ୍ଷ୍ନୌ, ପାଟନା ଏବଂ ବାରାଣାସୀ ଆଦି ବିଭିନ୍ନ ସ୍ଥାନରେ ପୂର୍ବରୁ ରହିଛି । ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ହେଉଛି ବର୍ତମାନ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଫର୍ଟିଲିଟି ଓ ଆଇଭିଏଫ୍ ବ୍ରାଣ୍ଡ୍ । ସମସ୍ତ କେନ୍ଦ୍ରରେ ଏହା ବିବିଧ ସନ୍ତାନ ପ୍ରସବ ସହ ଉଚ୍ଚ ଗର୍ଭଧାରଣ ହାର ପ୍ରଦାନ କରୁଥିବା ବେଳେ ୯୫% ରୋଗୀ ସନ୍ତୁଷ୍ଟ ରହିଛନ୍ତି । ଉଚ୍ଚ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ୫୦ ବର୍ଷର ପରମ୍ପରା ଥିବା ସିକେ ବିର୍ଲା ଗ୍ରୁପ୍ ଏହାର ନୂଆ ବ୍ରାଣ୍ଡ୍ ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ମାଧ୍ୟମରେ ଫର୍ଟିଲିଟି କେୟାରରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ହେବାକୁ ଲକ୍ଷ୍ୟ ରଖିଛି । ନୂଆ କେନ୍ଦ୍ରର ଶୁଭାରମ୍ଭ ଅବସରରେ ସିକେ ବିର୍ଲା ହେଲ୍ଥକେୟାରର ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ର ସିଇଓ ଅକ୍ଷତ ସେଠ୍ କହିଛନ୍ତି ଯେ, “ସିକେ ବିର୍ଲା ଗ୍ରୁପ୍ର ନୂଆ ବ୍ରାଣ୍ଡ୍ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍ ଜରିଆରେ ଉଲ୍ଲେଖନୀୟ କ୍ଲିନିକ ଫଳାଫଳ, ଗବେଷଣା ଏବଂ ନବସୃଜନ ଜରିଆରେ ଭବିଷ୍ୟତର ଫର୍ଟିଲିଟିରେ ରୂପାନ୍ତରଣ ଆଣିବା ଲକ୍ଷ୍ୟ ନେଇ ଫର୍ଟିଲିଟି କେୟାରରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ହେବାକୁ ଲକ୍ଷ୍ୟ ରଖିଛି । ସଠିକ୍ ପ୍ରଜନନ ବିକଳ୍ପ ଚୟନ କରିବାରେ ଦମ୍ପତିମାନଙ୍କୁ ସଶକ୍ତ କରିବା ଦିଗରେ ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ହେଉଛି ଏକ ପଦକ୍ଷେପ । ବିର୍ଲା ଫର୍ଟିିଲିଟି ଆଣ୍ଡ୍ ଆଇଭିଏଫ୍ରେ ଭରସାଯୋଗ୍ୟ ଫର୍ଟିଲିଟି ଚିକିତ୍ସା ଉପରେ ସଚେତନତନା ଗଠନ କରିବା ଏବଂ ତାହାକୁ ଲୋକମାନଙ୍କ ପାଖରେ ପହଂଚାଇବା ଲାଗି ଆମେ ଉଦ୍ୟମ କରୁଛୁ, ଯେଉଁଥିପାଇଁ ଆମେ ସାରା ଦେଶରେ ଆମର ବିଶ୍ୱ ଶ୍ରେଣୀୟ ସେବାକୁ ଦ୍ରୁତ ଗତିରେ ସମ୍ପ୍ରସାରିତ କରୁଛୁ । ଭୁବନେଶ୍ୱର ପରେ ଆମେ କଟକ, ଗୌହାଟି, ଚଣ୍ଡିଗଡ଼ ଏବଂ ଯାଜପୁର ସମେତ ଅନ୍ୟାନ୍ୟ ପ୍ରମୁଖ ସହରରେ ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛୁ । ସାରା ଦେଶରେ ସମାଜରେ ଫର୍ଟିଲିଟି ସଚେତନତାକୁ ବଢ଼ାଇବାର ପ୍ରତିବଦ୍ଧତା ସ୍ୱରୂପ ଆମର ସମସ୍ତ ଓପିଡି ପରାମର୍ଶ ବିନା ମୂଲ୍ୟରେ ମିଳିବ ।’’ ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଭିଏଫ୍ ଭୁବନେଶ୍ୱରର କନସଲଟାଂଟ୍ ଡାକ୍ତର ଲିପ୍ସା ମିଶ୍ର କହିଛନ୍ତି ଯେ, “ସାଧାରଣ ଭାବନାଠାରୁ ବିପରୀତ ଫର୍ଟିଲିଟି ସମସ୍ୟା ଉଭୟ ମହିଳା ଏବଂ ପୁରୁଷଙ୍କୁ ପ୍ରଭାବିତ କରିଥାଏ ଏବଂ ଆମେ ଏହାକୁ ନେଇ ସଚେତନତା ସୃଷ୍ଟି କରିବା ଉପରେ ଧ୍ୟାନକେନ୍ଦ୍ରିତ କରିବୁ । ଗୋଟିଏ ଛାତ ତଳେ ବହୁ ଶୃଙ୍ଖଳୀୟ ସୁବିଧା ଯୋଗାଇଦେଇ ଦମ୍ପତିମାନଙ୍କର ସାମଗ୍ରିକ ଫର୍ଟିଲିଟି ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଉପରେ ଆମର ଡାକ୍ତରୀ ପଦ୍ଧତି ଅତୂଳନୀୟ, ଯେଉଁଠାରେ ଆମର ନ୍ୟୁଟ୍ରିସନିଷ୍ଟ ଟିମ, ପରାମର୍ଶଦାତା, ଏଣ୍ଡ୍ରୋକ୍ରାଇନୋଲୋଜିଷ୍ଟ, ଆଣ୍ଡ୍ରୋଲୋଜିଷ୍ଟ ଆମର ଫର୍ଟିଲିଟି ବିଶେଷଜ୍ଞମାନଙ୍କ ସହିତ ନିରନ୍ତର ଭାବେ କାର୍ଯ୍ୟ କରନ୍ତି । ଭୁବନେଶ୍ୱରରେ ଆମର ନୂଆ କେନ୍ଦ୍ର ଦମ୍ପତିଙ୍କ ପାଇଁ ସମ୍ଭାବନାର ଏକ ଦୁନିଆ ଉଜାଗର କରି ଗୁଣାତ୍ମକ ସେବା ସେମାନଙ୍କୁ ସ୍ଥାନୀୟ ଭାବେ ଉପଲବ୍ଧ କରାଇବ । ଆମର ମୂଲ୍ୟ ପ୍ରତିଶ୍ରୁତି ଯୋଗୁ ଏହା ସବୁ ରୋଗୀଙ୍କ ପାଖରେ ପହଂଚିବା ନିଶ୍ଚିତ ହୋଇପାରିବ । ଏହି କେନ୍ଦ୍ରରେ ରହିଛି ଆଧୁନିକ ନିଦାନ ଉପକରଣ ଏବଂ ବିଶ୍ୱ ଶ୍ରେଣୀର ଫର୍ଟିଲିଟି ଚିକିତ୍ସା ଏବଂ ଏହା ଉଭୟ ପୁରୁଷ ଏବଂ ମହିଳା ଫର୍ଟିଲିଟି ସମସ୍ୟା ପାଇଁ ସଦ୍ୟତମ ଏବଂ ଭରସାଯୋଗ୍ୟ ଚିକିତ୍ସା ପ୍ରଦାନ କରୁଛି । ଦମ୍ପତିମାନେ ସେମାନଙ୍କ ସୁବିଧା ଅନୁଯାୟୀ ଏକ ପରିବାର ଆରମ୍ଭ କରିବାର ଯୋଜନା କରୁଥିବାରୁ ଆମେ ଫର୍ଟିଲିଟି ପ୍ରିଜର୍ଭେସନ ମଧ୍ୟ ପ୍ରଦାନ କରୁଛୁ , ଯାହାକି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ମଧ୍ୟରୁ ଅନ୍ୟତମ । ଓଭାରିଆନ କୋର୍ଟେକ୍ସ ଟିସୁ ଫ୍ରିଜିଙ୍ଗ ହେଉଛି କ୍ୟାନ୍ସର ରୋଗୀଙ୍କ ପାଇଁ ଫର୍ଟିଲିଟି ପ୍ରିଜର୍ଭେସନର ଏକ ଅତ୍ୟାଧୁନିକ କୌଶଳ, ଯାହାକୁ ଦକ୍ଷିଣ ପୂର୍ବ ଏସିଆରେ ଏହି କୌଶଳର ଅଗ୍ରଗାମୀ କରାଇଥିବା ଟିମ ଦ୍ୱାରା ବିଏଫଆଇ ଠାରେ କରାଯାଇଛି । ’’
ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ପକ୍ଷରୁ ଭୁବନେଶ୍ୱରରେ ନୂତନ କେନ୍ଦ୍ରର ଶୁଭାରମ୍ଭ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s