ଭୁବନେଶ୍ୱରକୁ ପୁଣି ଫେରିଛି ଆଇକୋନିକ୍ ଷ୍ଟୋରି-ଟେଲିଂ ଫେଷ୍ଟିଭାଲ ‘ଭୁଫେଷ୍ଟୋ ୨୦୨୩’

ବାଣିଜ୍ୟ /ବ୍ୟବସାୟ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର : ସର୍ବବୃହତ୍ ଆନ୍ତର୍ଜାତୀୟ ଓରାଲ୍ ଷ୍ଟୋରିଟେଲିଙ୍ଗ ଫେଷ୍ଟିଭାଲ- ଭୁଫେଷ୍ଟୋ (ଭୁବନେଶ୍ୱର ଫେଷ୍ଟିଭାଲ ଅଫ୍ ଷ୍ଟୋରିଟେଲିଙ୍ଗ୍‌) ଆଗାମୀ ଡଟ୍ ଫେଷ୍ଟ୍ ପାଇଁ ପୁଣିଥରେ ଭୁବନେଶ୍ୱର ସହରକୁ ଫେରିଛି । ସ୍ଥାନୀୟ ସାହିତ୍ୟ, କବିତା ଓ କାହାଣୀଗୁଡିକର ମହାନତାକୁ ବଂଚାଇ ରଖିବା ପାଇଁ ଭୁଫେଷ୍ଟୋକୁ ସ୍ୱତନ୍ତ୍ର ଭାବେ ପିଲାମାନଙ୍କ ପାଇଁ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ଓ ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଡଟ୍ ଫେଷ୍ଟ୍‌ର ୨ୟ ସଂସ୍କରଣ ଭୁବନେଶ୍ୱରର ଲୋକମାନଙ୍କୁ  ଜାନୁଆରୀ ମାସରେ ପୂର୍ବରୁ କେବେ ଦେଖିନଥିବା ଏକ ଅନୁଭୂତି ପ୍ରଦାନ କରିବ ।

ଭୁଫେଷ୍ଟୋ ହେଉଛି ଏକ ବହୁମୂଖୀ ପର୍ବ ଯେଉଁଠାରେ ବିଶ୍ୱର ଶୀର୍ଷ ଷ୍ଟୋରୀଟେଲର୍ ବା କଥାକାରମାନେ ପ୍ରଦର୍ଶନ କରିବେ ଏବଂ ସ୍କୁଲ, କଲେଜ ଓ ବସ୍ତି ସମେତ ବିଭିନ୍ନ ସମୁଦାୟର ଛାତ୍ରଛାତ୍ରୀମାନଙ୍କୁ ଏହି ଇଭେଂଟ୍‌ରେ ଅଂଶଗ୍ରହଣ କରିବା ପାଇଁ ଏକ ସୁଯୋଗ ଦିଆଯିବ । ଦୃଷ୍ଟିହୀନ ଓ ଶ୍ରବଣଶକ୍ତି ନଥିବା ଅତିଥିମାନଙ୍କ ସୁବିଧା ପାଇଁ ସାଙ୍କେତିକ ଭାଷାରେ ଏକ ସ୍ୱତନ୍ତ୍ର ଷ୍ଟୋରିଟେଲିଙ୍ଗ ସେଶନ ବିକଶିତ କରାଯାଇଛି ।

ଭୁଫେଷ୍ଟୋ ଫେଷ୍ଟିଭାଲରେ ପ୍ରତିଷ୍ଠିତ କଥାକାରମାନେ ପ୍ରଦର୍ଶନ କରିବେ, ଯାହା ଦର୍ଶକଙ୍କୁ ଏହି କଥାକାରମାନଙ୍କ ରୋମାଂଚପୂର୍ଣ୍ଣ କାହାଣୀ ଓ ଲୋକକଥା ଶୁଣିବା ପାଇଁ ସୁଯୋଗ ପ୍ରଦାନ କରିବ । ବ୍ରାଜିଲ, ସ୍କଟ୍‌ଲ୍ୟାଣ୍ଡ, ସିଙ୍ଗାପୁର, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକାରୁ ଆନ୍ତର୍ଜାତୀୟ କଥାକାରଙ୍କ ସମେତ ଜାତୀୟ ସ୍ତରର ଓ ଓଡିଶାର ଅନେକ ଲୋକପ୍ରିୟ କଥାକାର ଏହି ଇଭେଂଟ୍‌ରେ ଅଂଶଗ୍ରହଣ କରିବେ ।

ଭୁଫେଷ୍ଟୋ ଆସନ୍ତା ଜାନୁଆରୀ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ପ୍ରତ୍ୟେକ ଦିନ ଅପରାହ୍ନ ୨.୩୦ ମିନିଟ୍‌ରୁ ସନ୍ଧ୍ୟା ୭.୩୦ ମିନିଟ୍ ପର୍ଯ୍ୟନ୍ତ ସହରର ୪ଟି ଭିନ୍ନ ଭିନ୍ନ ପାର୍କ ଓ ଖୋଲା ସ୍ଥାନରେ ଏହାକୁ ଆୟୋଜନ କରାଯିବ । ଏହି ଫେଷ୍ଟିଭାଲକୁ କଳାଭୂମି, ଆଇଜି ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ ଓ ଏପିଜେ ଅବ୍‌ଦୁଲ କଲାମ ପାର୍କରେ ଆୟୋଜନ କରାଯିବ ଯେଉଁଠାରେ ସହରର ଲୋକମାନେ ନିଜର ନିକଟସ୍ଥ ପାର୍କକୁ ଯାଇ ପ୍ରଦର୍ଶନଗୁଡିକୁ ଉପଭୋଗ କରିପାରିବେ ।

 

powered by social2s