ଭୁବନେଶ୍ବର: ଯୁବ ଓ ପ୍ରତିଭାଶାଳୀ ବ୍ୟବସାୟୀ କଳିଙ୍ଗ କେଶରୀ ରଥଙ୍କ ନିଜସ୍ଵ ପ୍ରକଳ୍ପ ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଓଡିଶାର ଏକ ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ରିଅଲ୍ ଇଷ୍ଟେଟ୍ କମ୍ପାନୀ । ଇଭୋସ୍ ଦୁବାଇ ଏବଂ ସାଉଦି ଆରବ, ଇଂଲଣ୍ଡ, କୁୱେତ ଭଳି ଅନ୍ୟ ୧୨ଟି ଦେଶରେ ବାସ କରୁଥିବା ଏନ୍ ଆର୍ ଆଇ ଓଡିଆ ସମୁଦାୟ ମଧ୍ୟରେ ଏହାର ପ୍ରେମିୟର ଓ ବିଳାସପୂର୍ଣ୍ଣ ପ୍ରକଳ୍ପଗୁଡିକର ପ୍ରଚାରପ୍ରସାର କରି ଆନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲା ଏହା ସେରୋ ପ୍ରପର୍ଟିଜ୍ ରିଅଲ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍, ଦୁବାଇ ସହଯୋଗରେ ସମ୍ଭବ ହୋଇପାରିଛି, ଯାହାକି ହେଉଛି UAE ରେ ଅବସ୍ଥାପିତ ଏକ ଅଗ୍ରଣୀ ପ୍ରପର୍ଟି ଡିଲିଙ୍ଗ୍ ଓ ଇନ୍ଭେଷ୍ଟମେଟ୍ କମ୍ପାନୀ । ପ୍ରତିଷ୍ଠାତା ଅନିଲ ଦାସ୍ଙ୍କ ସେରୋ ପ୍ରପର୍ଟିଜ୍ ଓ କେ.କେ ରଥଙ୍କ ଇଭୋସ୍ ବିଲ୍ଡକନ୍ ମଧ୍ୟରେ ଏହି ରଣନୈତିକ ସହଭାଗିତା ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ସୁବିଧା ସହିତ ସର୍ବୋତମ ଲାଇଫ୍ଷ୍ଟାଇଲ୍ ଓ ଲକ୍ଜୁରିୟସ୍ ହୋମ୍ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖୁଛି । ରିଅଲ୍ ଇଷ୍ଟେଟ୍ ଶିଳ୍ପର ଏହି ଦୁଇ ପ୍ରମୁଖ କମ୍ପାନୀ ମଧ୍ୟରେ ହୋଇଥିବା ସହଭାଗିତା ସମ୍ପର୍କରେ ଘୋଷଣା କରିବା ପାଇଁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସମ୍ମିଳନୀଟି ଶ୍ରୀ କଳିଙ୍ଗ କେଶରୀ ରଥଙ୍କ ସ୍ଵାଗତ ଅଭିଭାଷଣ ସହ ଆରମ୍ଭ ହୋଇଥିଲା ଯିଏକି ସମସ୍ତ ମିଡିଆହାଉସ୍କୁ ଅଭିଭାଦନ ଜଣାଇବା ସହ ସେ ଓ ତାଙ୍କ କମ୍ପାନୀ ବିଶ୍ବାସ କରୁଥିବା ମୂଳ ମୂଲ୍ୟବୋଧ–'ନିର୍ଭରଯୋଗ୍ୟତା, ଗୁଣବତା, ଗ୍ରାହକ କୈନ୍ଦ୍ରିକତା ଓ ନିରନ୍ତର ଅପ୍ଗ୍ରେଡେଶନ’କୁ ସେୟାକରିଥିଲେ। ସେହିପରି ସେରୋ ପ୍ରପର୍ଟିଜ୍ର ପ୍ରତିଷ୍ଠାତା ଅନିଲ ଦାସ ଦେଶ ଓ ବିଶ୍ଵରେ ରହୁଥିବା ଓଡିଆ ନାଗରିକମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ‘ଆପଣ ଯାହା ଚାହୁଁଥିଲେ, ଆମେ ତାହା କରିଦେଖାଇଛୁ । ଆମେ ଆପଣଙ୍କ ପାଇଁ ଭୁବନେଶ୍ବର ସ୍କାଏ ଲାଇନ୍ସର ଏକ ନୂତନ ଯୁଗ ଆଣିଛୁ ବୋଲି ସେ କହିଥିଲେ। ଏହି ସହଭାଗିତା ସମସ୍ତେ ବିଶ୍ବାସ କରୁଥିବା ଏହି ବ୍ରାଣ୍ଡରେ ନିବେଶ କରିବା ପାଇଁ ଅନେକ ଓଡିଆ ଏନ୍ ଆର୍ ଆଇ ମାନଙ୍କୁ ସାହାଯ୍ୟ କରିବ । ଏହାଛଡା ଏହା ଆମ ଦେଶକୁ ବିଦେଶୀ ନିବେଶ ଆଣିବ । ସହଜ ପେପର୍ୱର୍କ ସହ ଏବେ ସମ୍ପତ୍ତି କ୍ରୟ କରିବା ଅଧିକ ସରଳ ଓ ବାଧାମୁକ୍ତ ହୋଇଛି । ନିବେଶ କରିଥିବା ଗ୍ରାହକଙ୍କୁ କେବଳ ଦୁବାଇରେ ଥିବା କମ୍ପାନୀର ରିପ୍ରେଜେଣ୍ଟେଟିଭ୍ ଅଫିସ୍ ପରିଦର୍ଶନ କରିବାକୁ ହେବ ଏବଂ ସେମାନଙ୍କ ଆବଶ୍ୟକତା ସହ ମେଳ ଖାଉଥୁବା ଘର ଚୟନ କରିବାକୁ ହେବ । ଏଠାରେ ସେମାନେ ସ୍ଵତନ୍ତ୍ର ଅଫର୍ ଓ ରିହାତି ସୁବିଧା ପାଇପାରିବେ ଯାହାକୁ ସ୍ଵତନ୍ତ୍ର ଭାବେ ସେରୋ ପ୍ରପର୍ଟିଜ୍ର ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।
ଆନ୍ତର୍ଜାତୀୟ ବଜାରରେ ପ୍ରବେଶ କରିଛି ଇଭୋସ୍ ବିଲ୍ଡକନ୍
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s