ନୂଆଦିଲ୍ଲୀ: ବିଶ୍ଵର ୩ୟ ସର୍ବବୃହତ ଟ୍ରାକ୍ଟର ନିର୍ମାତା ଏବଂ ଭାରତରେ ବିଶ୍ଵବ୍ୟାପୀ ପ୍ରଶଂସିତ ମାସେ ଫରଗୁସନ ଟ୍ରାକ୍ଟରର ନିର୍ମାତା ଟାଫେ-ଟାକ୍ସର୍ସ ଆଣ୍ଡ୍ ଫାର୍ମ ଇକ୍ଵିପ୍ମେଂଟ୍ ଲିମିଟେଡ୍ ପକ୍ଷରୁ ‘ମାସେ ଡାଇନାଷ୍ଟାର୍ କଂଟେଷ୍ଟ ୨୦୨୩–#ସବ୍ସେବଡେଅଲରାଉଣ୍ଡର୍ କି ତଲାସ୍’-ସିଜନ ୧’ର ଶୁଭାରମ୍ଭ କରାଯାଇଛି। ଏହା ହେଉଛି ଏକ ମୂଳ ଓ ସୃଜନଶୀଳ ବିଚାରଧାରା ରଖୁଥିବା କୃଷକ, ଉଦ୍ୟୋଗୀ, ଷ୍ଟାର୍ଟଅପ୍, ଛାତ୍ରଛାତ୍ରୀ, ଶିକ୍ଷାବିତ୍, ଯେକୌଣସି ବ୍ଯକ୍ତିବିଶେଷ କିମ୍ବା ସଂସ୍ଥା ପାଇଁ ଏକ ଅନଲାଇନ୍ ଅନୁସନ୍ଧାନ ଯାହା ମାସେ ଫରଗୁସନ ଡାଇନାଟ୍ରାକ୍ ଟ୍ରାକ୍ଟରର ବ୍ୟବହାର କରି ଜୀବନକୁ ପ୍ରଭାବୀ ରୂପେ ପରିବର୍ତନ କରିପାରୁଥିବ। ଏହି ପ୍ରତିଯୋଗିତାର ବିଜେତାଙ୍କୁ ୭.୫ ଲକ୍ଷ ଟଙ୍କା ମୂଲ୍ୟର ଏକ ମାସେ ଫର୍ଗୁସନ ୨୪୧ ଡାଇନାଟ୍ରାକ୍ ଟ୍ରାକ୍ଟର ପ୍ରଦାନ କରାଯିବ। ଏହାବ୍ୟତୀତ ପ୍ରଥମ ଦୁଇ ରନର୍-ଅପଙ୍କୁ ୮ଗ୍ରାମର ଗୋଲ୍ଡ କେଏନ୍, ଶୀର୍ଷ ୨୦ ଜଣ ମନୋନୀତ ଅଂଶଗ୍ରହଣକାରୀଙ୍କୁ ୫୦୦୦ ଟଙ୍କା ମୂଲ୍ଯର ଗିଫ୍ଟ ହାମ୍ପର, ପ୍ରଥମ ୧୦୦ ଜଣ ବୈଧ ପ୍ରାରମ୍ଭିକ ପ୍ରବେଶକୁ ୫୦୦ଟଙ୍କାର ଗିଫ୍ଟ ଭାଉଚର୍ ଏବଂ ପ୍ରତିଯୋଗିତା ଉପରେ ୩ଟି ସର୍ବୋତ୍ତମ ସୋମିଆଲ ମିଡିଆ ପୋଷ୍ଟକୁ ୨୦୦୦ ଟଙ୍କା ମୂଲ୍ଯର ଗିଫ୍ଟ ଭାଉଚର୍ ମିଳିବ। ଏହି ପ୍ରତିଯୋଗିତା ୧୮ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ବିନା କୌଣସି ପ୍ରବେଶ ଶୁଳ୍କରେ ଖୋଲା ରହିଛି। ଅଂଶଗ୍ରହଣକାରୀମାନେ MasseyFergusonIndia.com/DYNASTAR କୁ ଭିଜିଟ୍ କରି ନିଜର କଂଟେଷ୍ଟ ଏଂଟ୍ରିକୁ ଅପ୍ଲୋଡ୍ କରି ପାରିବେ । ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ଆସନ୍ତା ଫେବୃଆରୀ ୨୭ ତାରିଖ, ୨୦୨୩ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରତିଯୋଗୀମାନେ ‘ମାସେ ଫର୍ଗୁସନ ଡାଇନାଟ୍ରାକ୍ ଟ୍ରାକ୍ଟର ସହିତ ଆପଣ କ’ଣ ଭିନ୍ନ କରିପାରିବେ ? ’ ପ୍ରଶ୍ନର ଜବାବ ଭାବେ ଯେକୌଣସି ଭାରତୀୟ ଆଂଚଳିକ ଭାଷା କିମ୍ବା ଇଂରାଜୀରେ କିଛି ମୌଳିକ ବିବରଣୀ ସହିତ ନିଜର ସ୍ଵତନ୍ତ୍ର ଓ ଅଭିନବ ବିଚାରଧାରାକୁ ଏକ ଭିଡିଓ ( ସର୍ବାଧିକ ୧୦ ମିନିଟ୍) ଆକାରରେ କିମ୍ବା ଟେକ୍ସଟ୍ ଫର୍ମାଟ୍ ଦାଖଲ କରିପାରିବେ। ଉପସ୍ଥାପନ କରାଯାଇଥିବା ବିଚାରଧାରା ବ୍ୟବହାରିକ ଓ ଯୁକ୍ତିଯୁକ୍ତ ହୋଇଥିବା ଉଚିତ୍। ମନୋନୀତ ପ୍ରତିଯୋଗୀମାନଙ୍କୁ ପ୍ରତିଯୋଗିତାର ଏକ ସ୍ବତନ୍ତ୍ର ଜୁରୀ ନିକଟରେ 'ସେମାନେ କିଭଳି ନିଜର ଉଦ୍ଦେଶ୍ଯକୁ ହାସଲ କରିବେ' ତାହା ଉପରେ ଏକ ବିସ୍ତୃତ ଯୋଜନା ଉପସ୍ଥାପନ କରିବା ପାଇଁ ଆମନ୍ତ୍ରିତ କରାଯିବ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରତିଯୋଗୀଙ୍କୁ: ୧. MasseyFergusonIndia.com/DYNASTAR ୱେବସାଇଟରେ ପଞ୍ଜୀକରଣ କରିବାକୁ ହେବ। ୨. ଏମ୍ଏଫ୍ ଡାଇନାଟ୍ରାକ୍ ଟ୍ରାକ୍ଟର ସମ୍ପର୍କରେ ୪ ଟି ସରଳ ପ୍ରଶ୍ନ ଥିବା ଏକ ସହଜ କ୍ୱିଜର ଉତ୍ତର ଦେବାକୁ ହେବ। ୩. କ୍ଵିଜକୁ ସଫଳତାର ସହ ଶେଷ କରିବା ପରେ ନିଜ ସମ୍ପର୍କିତ ମୌଳିକ ସୂଚନା ଓ ନିଜର କଂଟେଷ୍ଟ୍ ଏଂଟ୍ରିକୁ ଭିଡିଓ କିମ୍ବା ଟେକ୍ସଟ୍ ଫର୍ମାଟରେ ଦାଖଲ କରିବାକୁ ହେବ। ଉପସ୍ଥାପନ କରାଯାଇଥିବା ବିଚାରଧାରା ଏହାକୁ ହାଇଲାଇଟ୍ କରୁଥିବା ଜରୁରୀ ଯେ, ଡାଇନାଟ୍ରାକ୍ ଟ୍ରାକ୍ଟରର ସ୍ୱତନ୍ତ୍ର ଫିଚର ଓ ଲାଭ ଗୁଡିକ କିଭଳି ନିମ୍ନଲିଖିତ କାର୍ଯ୍ୟ ପାଇଁ ସେମାନଙ୍କୁ ନିଜର ବ୍ୟବସାୟରେ ସାହାଯ୍ୟ କରିବ। ୧. କୃଷି ପାଇଁ ଅଭିନବ ସମାଧାନ ସୃଷ୍ଟି କରିବା। ୨. ନୂଆ କୃଷି ପଦ୍ଧତି ପାଇଁ ବିଚାରଧାରା। ୩. ଏକ ଉପଯୁକ୍ତ ଶୈଳୀରେ ଉପକରଣ ଓ ପ୍ରୟୋଗଗୁଡିକୁ ବ୍ୟବହାର କରିବା। ୪. ନୂଆ ବାଣିଜ୍ୟିକ ପ୍ରୟୋଗ କିମ୍ବା କୃଷି ପାଇଁ ଡାଇନାଟ୍ରାକ୍ଟର ବ୍ୟବହାର କରିବା। ୫. ଅତିରିକ୍ତ ଆୟ ସୃଷ୍ଟି କରିବା। ୬. ଏକ ନୂଆ ସ୍ଥାୟୀ ବ୍ୟବସାୟ ନିର୍ମାଣ କରିବା। ୭. ବିଦ୍ୟମାନ ବ୍ୟବସାୟ କିମ୍ବା କୃଷି ପରିଚାଳନାକୁ ଉନ୍ନତ କରିବା। ୮. ସମାଜ କିମ୍ବା ପରିବେଶକୁ ବୃହତ୍ ସ୍ତରରେ ପରିବର୍ତନ କରିବା। ଫାଇନାଲିଷ୍ଟ ଓ ବିଜେତାଙ୍କ ନାମ ଅଫିସିଆଲ ମାସେ ଫରଗୁସନ ଇଣ୍ଡିଆ ଓ ଟାଫେ ୱେବ୍ସାଇଟ୍ରେ ଏବଂ ସେଗୁଡିକର ଅଫିସିଆଲ ସୋସିଆଲ ମିଡିଆ ପେଜଗୁଡିକରେ ଘୋଷଣା କରାଯିବ। ଶୀର୍ଷ ୨୦ ଜଣ ପ୍ରତିଯୋଗୀଙ୍କୁ ଏକ ଜୁରୀ ପ୍ୟାନେଲ ଦ୍ଵାରା ମୂଲ୍ୟାୟନ ପରେ ମନୋନୀତି କରାଯିବ, ଯେଉଁଥିରୁ ଶୀର୍ଷ ୧୦ ଜଣ ପ୍ରତିଯୋଗୀ ଫାଇନାଲିଷ୍ଟ ହେବେ। ଶୀର୍ଷ ୧୦ ଜଣ ପ୍ରତିଯୋଗୀ ଟାଫେର ବରିଷ୍ଠ ଅଧିକାରୀଙ୍କ ନିକଟରେ ନିଜର ବିଚାରଗୁଡିକୁ ଉପସ୍ଥାପନ କରିବେ, ଯିଏକି ବିଜେତାଙ୍କ ଚୟନ କରିବେ। ଜୁରୀ ମଧ୍ଯରେ ସ୍ୱତନ୍ତ୍ର କ୍ଷେତ୍ରରେ ବଶେଷଜ୍ଞ ଓ ବରିଷ୍ଠ ଅଧିକାରୀମାନେ ସାମିଲ ରହିବେ। ମାସେ ଡାଇନାଷ୍ଟାର୍ କଂଟେଷ୍ଟ୍ ୨୦୨୩ର ପ୍ରଥମ ସିଜନ ସହିତ ଟାଫେ ଭାରତୀୟ କୃଷି ଓ ଗ୍ରାମାଞ୍ଚଳ ଉଦ୍ୟୋଗୀ ସମୁଦାୟକୁ ନିଜର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଏକ ସୁଯୋଗ ଓ ପ୍ଲାଟଫର୍ମ ପ୍ରଦାନ କରି ସେମାନଙ୍କ ମଧ୍ୟରେ ସୃଜନଶୀଳତା ଓ ଉଦ୍ଭାବନର ଉତ୍ସାହକୁ ପାଳନ କରିବା ପାଇଁ ଲକ୍ଷ୍ୟ ରଖୁଛି। ଆଜି ମାସେ ଫଗୁସନ ହେଉଛି ୨୦ ଲକ୍ଷରୁ ଅଧିକ ପ୍ରଗତିଶୀଳ ଗ୍ରାହକଙ୍କ ଏକ ମଜଭୁତ ଆଧାର ସହିତ ଭାରତର ସବୁଠାରୁ ଲୋକପ୍ରିୟ ଟ୍ରାକ୍ଟର ବ୍ରାଣ୍ଡ ଅଟେ ଯିଏକି ନିଜ ମାସେ ଫରଗୁସନ ଟ୍ରାକ୍ଟର ଗୁଡିକର ଉତ୍କ୍ରୁଷ୍ଟ ଟେକ୍ନୋଲୋଜି, ଚମତ୍କାର ପ୍ରଦର୍ଶନ, ଅତୁଳର୍ନୀ ବିବିଧତା ସହିତ ଗ୍ରାମୀଣ ଭାରତର ଭୂଭାଗକୁ ନୂଆ ରୂପ ଦେଉଛନ୍ତି। ଟାଫେର ଟପ୍-ଅଫ୍-ଦ-ଲାଇନ୍ ମାସେ ଫର୍ଗୁସନ ଡାଇନାଟ୍ରାକ୍ ହେଉଛି ୪୨-୫୦ ହର୍ଶପାଓ୍ବାର ବର୍ଗରେ ଏକ ‘ନୋ-କମ୍ରେମାଇଜ୍’ ପ୍ରିମିୟମ ରେଞ୍ଜର ଟ୍ରାକ୍ଟର। ଏହା ଶକ୍ତିଶାଳୀ ପ୍ରଦର୍ଶନ, ବିଳାସପୂର୍ଣ୍ଣ ଟେକ୍ନୋଲୋଜି, ଅତୁଳନୀୟ ଉପଯୋଗିତା ଓ ବିବିଧତା ପ୍ରଦାନ କରୁଛି, ଯାହାକୁ ଏକ ଶକ୍ତିଶାଳୀ ଟ୍ରାକ୍ଟରରେ ଅନ୍ତର୍ଭୁକ୍ତ କରାଯାଇଛି। ବିଶ୍ୱର ପ୍ରଥମ ଏକ୍ସଟେଣ୍ଡେବୁଲ ହ୍ୱିଲବେସ୍ ସହିତ ଡାଇନାଟ୍ରାକ୍ କୃଷି, ସାମଗ୍ରୀ ପରିବହନ ଓ ବାଣିଜ୍ୟିକ ପ୍ରୟୋଗ ପାଇଁ ସର୍ବୋତମ ଟେକ୍ନୋଲୋଜି ପ୍ରଦାନ କରୁଛି, ଯାହା ଏହାକୁ #ସବ୍ବଡାଅଲରାଉଣ୍ଡର୍ରେ ପରିଣତ କରୁଛି ।
କୃଷି କ୍ଷେତ୍ରରେ ନୂଆ ବିଚାରଧାରାକୁ ଚିହ୍ନଟ କରିବା ଓ ଗ୍ରାମାଞ୍ଚଳ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଟାଫେ ପକ୍ଷରୁ 'ମାସେ ଡାଇନାଷ୍ଟାର୍ ପ୍ରତିଯୋଗିତା-ସିଜନ ୧' ର ଶୁଭାରମ୍ଭ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s