ଭୁବନେଶ୍ବର: ଆଜି ୧୨୭ତମ `ମନ୍ କୀ ବାତ୍' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଛଟ୍ ପର୍ବର ଶୁଭେଚ୍ଛା ଜଣାଇ କହିଥିଲେ ଯେ ଛଟ୍ ମହାପର୍ବ ଗଭୀର ଏକତାର ପ୍ରତୀକ। ସେ କହିଛନ୍ତି ଯେ ସଂସ୍କୃତି, ପ୍ରକୃତି ଏବଂ ସମାଜ ମଧ୍ୟରେ ଗଭୀର ଏକତାର ପ୍ରତିଫଳନ ପର୍ବପର୍ବାଣୀ ଅବସରରେ, ମୋର ଭାବନା ବାଣ୍ଟିବା ପାଇଁ ଏକ ଚିଠି ଲେଖିଥିଲି। ଚିଠିରେ ଦେଶର ସଫଳତାଗୁଡ଼ିକ ଉଲ୍ଲେଖ କରିଛି।ମୋ ଚିଠିର ଉତ୍ତରରେ, ଦେଶର ନାଗରିକଙ୍କ ଠାରୁ ବାର୍ତ୍ତା ପାଇଛି। ଖାଦ୍ୟ ତେଲ ବ୍ୟବହାରରେ ୧୦% ହ୍ରାସ ପାଇଁ ମଧ୍ୟ ଅନୁରୋଧ କରିଥିଲି ଏଥିରେ ବହୁତ ସକାରାତ୍ମକ ପ୍ରତିକ୍ରିୟା ମଧ୍ୟ ପାଇଛି। ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଅପରେସନ୍ ସିନ୍ଦୂର ଦେଶକୁ ଗର୍ବିତ କରିଛି। ଜି ଏସ୍ବ ଟି ବଚତ ଉତ୍ସବକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ବଜାରରେ ସ୍ୱଦେଶୀ ସାମଗ୍ରୀର କ୍ରୟ ବହୁତ ବୃଦ୍ଧି ପାଇଛି। ବଜାରରେ ସ୍ୱଦେଶୀ ଜିନିଷ ପ୍ରତି ଆଗ୍ରହ ବଢିବାରେ ଲାଗିଛି ।
ଛଟ୍ ପର୍ବ ଏକତାର ପ୍ରତୀକ ଅଟେ: ପ୍ରଧାନମନ୍ତ୍ରୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

