ନୂଆଦିଲ୍ଲୀ : ଆଜି ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ଯେ, ‘ଆଗାମୀ ୧ ବର୍ଷରେ ୧ କୋଟି ଯୁବକଙ୍କୁ ଏଆଇ ଟ୍ରେନିଂ ଦିଆଯିବ। ପରୀକ୍ଷା ପାଇଁ ଯୁବବର୍ଗଙ୍କୁ ମାଗଣା ଅନ୍ଲାଇନ୍ କୋଚିଂ ଦିଆଯିବ। ଗରିବ ଛାତ୍ର ଯେପରି ଏହାର ସୁବିଧା ପାଇବେ। ଯୁବଶକ୍ତିକୁ ରାଷ୍ଟ୍ର ନିର୍ମାଣରେ ଲଗାଇବାକୁ ହେବ। ଭାରତର ବିକାଶ ଯାତ୍ରାରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହିଛି, ସବୁଠାରୁ ବଡ଼ ଲାଭାର୍ଥୀ ଯୁବପିଢ଼ି ହେବେ। କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ ପାଇଁ ଟ୍ୟାଲେଣ୍ଟ ହଣ୍ଟ ଅଭିଯାନ ଆରମ୍ଭ କରିବୁ ବୋଲି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି। ସେ କହିଲେ ଯେ, କୌଣସି ଶକ୍ତି ଆମକୁ ଡରାଇପାରିବେନି। ଦେଶକୁ ଚିନ୍ତାରେ ବୁଡ଼ାଇ ଆନନ୍ଦ ନେବାକୁ କିଛି ଲୋକ ଚାହୁଁଛନ୍ତି ଏଭଳି ଲୋକଙ୍କଠାରୁ ଦୂରେଇ ରହିନ୍ତୁ। ଦେଶକୁ ବିଭ୍ରାନ୍ତ କରୁଥିବା ଲୋକଙ୍କଠାରୁ ସମ୍ପୂର୍ଣ୍ଣ ଦୂରେଇ ରହନ୍ତୁ। ଦେଶର ଯୁବଶକ୍ତି, ମାତୃଶକ୍ତି ଉପରେ ମୋର ଦୃଢ଼ ବିଶ୍ବାସ ରହିଛି। ଦେଶର ମହିଳା, ଚାଷୀ, ଗରିବ ଓ ଯୁବବର୍ଗଙ୍କ ବିକାଶ ଜରୁରୀ। ଦେଶରେ ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ବିକଶିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ୫ରୁ ୮ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ଖୁବ୍ଶୀଘ୍ର ଆରମ୍ଭ ହେବ। ୧୦୦ ଗିଗାୱାଟ୍ ନ୍ୟୁକ୍ଲିୟର ପାୱାର ଲକ୍ଷ୍ୟ ନେଇ ଆଗକୁ ବଢୁଛୁ। ନ୍ୟୁକ୍ଲିୟର ରିଆକ୍ଟର ବିକଶିତ କରାଯାଉଛି ବୋଲି ସୂଚନା ଦେଲେ ମୋଦି। ୫ଟି ନୂଆ ପରମାଣୁ ରିଆକ୍ଟର ତିଆରି ପାଇଁ ଲକ୍ଷ୍ୟ ରହିଛି। ୧୨ବର୍ଷରେ ଭାରତର ଦ୍ରୁତ ଅଭିବୃଦ୍ଧି ହୋଇଛି। ନୂଆ ସଂକଳ୍ପ ସହ ଆମ ମହାନ୍ ଦେଶ ଆଗକୁ ବଢୁଛି। ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରୁଛି ଭାରତ। ଶକ୍ତି ସଂରକ୍ଷଣ ବର୍ତ୍ତମାନର ବଡ଼ ଆହ୍ବାନ ବୋଲି ପ୍ରକାଶ କଲେ ମୋଦି।
୧ କୋଟି ଯୁବକଙ୍କୁ ଦିଆଯିବ ଏଆଇ ଟ୍ରେନିଂ: ପ୍ରଧାନମନ୍ତ୍ରୀ ମୋଦି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

