ନୂତନ କୃଷି ଆଇନ କୁ ପ୍ରତ୍ୟାହାର କଲେ ପ୍ରଧାନମନ୍ତ୍ରୀ ମୋଦି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଆଜି ସକାଳେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଗୁକରିଥିବା ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି। ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରି ୩ ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିଥିବା ସେ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଏହି ଆଇନ ପ୍ରତ୍ୟାହାର କରିଥିବା ସେ କହିଛନ୍ତି। ତେଣୁ ସମସ୍ତ ଆନ୍ଦୋଳନକାରୀ କୃଷକ ନିଜ ଘରକୁ ଫେରିଯିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର କୃଷକ ସମାଜକୁ ସମ୍ବିଧାନ କରି ସେ କହିଛନ୍ତି ଯେ, ଦେଶର ୮୦ % ଲୋକ କ୍ଷୁଦ୍ର ଚାଷୀ। ଏମାନଙ୍କ ସମସ୍ୟା ଅତି ନିକଟରୁ ଦେଖିଛି। ତେଣୁ କୃଷି କଲ୍ୟାଣକୁ ଅଧିକ ପ୍ରାଥମିକତା ଦେଇଛି। ମୁଁ ଯାହାବି କରୁଛି କୃଷକଙ୍କ ପାଇଁ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କୃଷକଙ୍କୁ ୨୨ କୋଟି ସଏଲ ହେଲ୍ଥ କାର୍ଡ ମିଳିଛି। ସେହିଭଳି ଚାଷୀଙ୍କ ସ୍ୱାର୍ଥକୁ ଦେଖି ପୁରୁଣା ନିୟମରେ ପରିବର୍ତ୍ତନ କରାଯାଇଛି। ଦେଶର ବିଭିନ୍ନ ମଣ୍ଡିକୁ ନବୀକରଣ କରାଯାଇଛି। ଫସଲ ବୀମା ଯୋଜନାକୁ ପ୍ରଭାବୀ କରାଯାଇଛି। କୃଷକଙ୍କ ହିତ ପାଇଁ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଛି ଓ ଏହି ପ୍ରୟାସ ଜାରି ରହିଛିବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

powered by social2s